fbpx

ଭୁବନେଶ୍ୱରରେ ପ୍ଲଟ୍ ଓ ଫ୍ଲାଟ୍‌ କିଣିବା ପାଇଁ ବଡ ସୁଯୋଗ ଆଣିଲା ବିଡିଏ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଭୁବନେଶ୍ୱରରେ ପ୍ଲଟ୍ ଓ ଫ୍ଲାଟ୍‌ କିଣିବା ପାଇଁ ବଡ ସୁଯୋଗ ଆଣିଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) । ଭୁବନେଶ୍ବର ସହରାଞ୍ଚଳ ଭିତରେ ଥିବା ୭ଟି ବିକଶିତ ପ୍ଲଟ୍ ଓ ଫ୍ଲାଟ୍‌ ବିକ୍ରି କରିବାକୁ ବିଜ୍ଞପ୍ତି ଜାରି ହୋଇଛି। ଇ- ନିଲାମ ମାଧ୍ୟମରେ ବିକଶିତ ଆବାସିକ ପ୍ଲଟ୍ / ଫ୍ଲାଟ ଗୁଡିକ ବ୍ରିକି କରିବା ପାଇଁ ଘୋଷଣା କରାଯାଇଛି। ଏଥି ନିମନ୍ତେ ବିଡିଏ ୱେବସାଇଟ୍ www.bda.gov.inରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି।

 

ସୂଚନା ମୁତାବିକ, ଭୁବନେଶ୍ୱର ମହାନଗର ଅଞ୍ଚଳରେ ଥିବା ବିଡିଏର ୭ଟି ପ୍ଲଟ ଓ ଫ୍ଲାଟ୍ ବିକ୍ରି ପାଇଁ ଅଗଷ୍ଟ ୫ ତାରିଖରେ ସକାଳ ୧୧ଟାରୁ ଅନ୍‌ଲାଇନ୍ ଆବେଦନ ପ୍ରକିୟା ଆରମ୍ଭ ହେବ। ଯାହା ସେପ୍ଟେମ୍ବର ୩ ତାରିଖ ୧୧ଟା ୫୯ ମିନିଟ୍‌ ମଧ୍ୟରାତ୍ର ଯାଏଁ ଆବେଦନର କରିପାରିବେ। ଆବେଦନ ଶେଷ ହେବା ପରେ ଆସନ୍ତା ସେପ୍ଟେମ୍ବର ୩୦ରେ ଅନ୍‌ଲାଇନ୍ ନିଲାମ ପ୍ରକିୟା ଦିନ ୧୧ଟାରେ ଆରମ୍ଭ ହେବ।

Get real time updates directly on you device, subscribe now.