fbpx

ଶ୍ରାବଣ ମାସରେ କ୍ଷୀରରୁ ପ୍ରସ୍ତୁତ ଜିନିଷ ଖାଇବା ଉଚିତ୍ ନୁହେଁ, ଜାଣନ୍ତୁ ଏହାର କାରଣ….

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଶ୍ରାବଣ ମାସରେ କ୍ଷୀର, ଦହି ଏବଂ ସେଥିରୁ ପ୍ରସ୍ତୁତ ଜିନିଷ ଖାଇବା ଉଚିତ୍‌ ନୁହେଁ ଆପଣ ମଧ୍ୟ ଆଗରୁ ଶୁଣିଥିବେ । କିନ୍ତୁ ଯଦି ଆପଣ କାହାକୁ ପଚାରନ୍ତି କାହିଁକି ଖାଇବା ଉଚିତ୍‌ ନୁହେଁ ତେବେ ତାର ଉତ୍ତର ସହଜରେ ମିଳିବନି । ଆସନ୍ତୁ ଜାଣିବା ଶ୍ରାବଣ ମାସରେ କ୍ଷୀର, ଦହି ଆଦି କାହିଁକି ସେବନ କରିବା ଉଚିତ ନୁହେଁ । ଶ୍ରାବଣ ମାସରେ ବର୍ଷା ହେତୁ ଅନେକ ସ୍ଥାନରେ ଘାସ ଏବଂ ବିଭିନ୍ନ ପ୍ରକାରର ସବୁଜ ଉଦ୍ଭିଦ ଆପେ ଆପେ ଉଠିଥାଏ । ଏହା ସହିତ ଏହି ଋତୁରେ ଅନେକ ପ୍ରକାରର କୀଟପତଙ୍ଗ ମଧ୍ୟ ଏହି ଘାସ ଏବଂ ଉଦ୍ଭିଦଗୁଡିକ ଖାଇ ବଢି଼ଥାନ୍ତି । ଗାଈ, ମଇଁଷି, ଛେଳି ଏହି ଘାସକୁ ଚାରା ଭାବେ ଖାଇଥାନ୍ତି । ସେ ସମୟରେ ଘାସରେ କିଛି କୀଟ ପତଙ୍ଗ ମଧ୍ୟ ଥିବାର ଦେଖାଯାଇଥାନ୍ତି । ଚାରା ସହ ଏହି କୀଟପତଙ୍ଗ କ୍ଷୀର ଦେଉଥିବା ଗାଈ, ମଇଁଷି ପେଟକୁ ଚାଲି ଯାଇଥାଏ । ଗାଇ, ମଇଁଷିଙ୍କ କ୍ଷୀରରେ ଏହି କୀଟପତଙ୍ଗ କ୍ଷତିକାରକ ଉପାଦାନ ଆକାରରେ ମଧ୍ୟ ମିଶି ପାରନ୍ତି ଏବଂ ଏହି କ୍ଷୀର ଖାଇବା ଦ୍ୱାରା କୀଟପତଙ୍ଗର ବିଷାକ୍ତ ଅଂଶ ମାନବ ଶରୀରରେ ପହଞ୍ଚିବାର ଆଶଙ୍କା ରହିଥାଏ

Get real time updates directly on you device, subscribe now.