fbpx
BSKY SKY
BSKY SKY

ଆନ୍ଧ୍ର ଚିଙ୍ଗୁଡ଼ି ଫାର୍ମ ବିଦ୍ୟୁତ୍ ଦୁର୍ଘଟଣାରେ ମୃତ ୬ଜଣ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଏକ ଚିଙ୍ଗୁଡ଼ି ଫାର୍ମରେ ଗତ ଶୁକ୍ରବାର ବିଦ୍ୟୁତ୍ ଦୁର୍ଘଟଣାରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ରବିବାର ଓଡ଼ିଶା-ମୋ ପରିବାର ଆବାହକ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସହାୟତାର ହାତ ବଢ଼ାଇଛନ୍ତି ।

ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର ରାମ୍ପେଲିରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଓଡ଼ିଶାର କେତେକ ଶ୍ରମିକ କାମ କରୁଥିଲେ । କିନ୍ତୁ ଦୁର୍ଘଟଣା ଘଟିବାରୁ ରାୟଗଡ଼ା ଗୁଣପୁର ଅଞ୍ଚଳର ୬ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ତରାମାଳର ୩, ଫୁଲଫୁଟିରୁ ୩ ଏବଂ ଜଣେ ଗୁଣପୁରର ଶ୍ରମିକ ରହିଥିବା ଜଣାପଡ଼ିଛି । ଏହି ସୂଚନା ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତରଫରୁ ଓଡ଼ିଶା-ମୋ ପରିବାର ଏବଂ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ସୂଚନା ଦିଆଯିବା ପରେ ସେମାନେ ମୃତକଙ୍କୁ ପରିବାରକୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସହାୟତାର ହାତ ବଢ଼ାଇଛନ୍ତି । ଓଡ଼ିଶା-ମୋ ପରିବାର ତରଫରୁ ଆନ୍ଧ୍ର ପୋଲିସ ସହିତ ଯୋଗାଯୋଗ କରି ଆଇନଗତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା । ଏବଂ ରଘୁନାଥ ମୃତକଙ୍କ ସମ୍ପର୍କୀୟଙ୍କ ସହ ଗୁଣ୍ଟୁରରେ ପହଞ୍ଚି ସେଠାରେ ସେମାନଙ୍କ ଶେଷକୃତ୍ୟ ସଂପନ୍ନ କରିଥିଲେ ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏହା ସହ ଓଡ଼ିଶା-ମୋ ପରିବାରର ପ୍ରୟାସ ଫଳରେ କମ୍ପାନୀର ମାଲିକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ରାଜି ହୋଇଛନ୍ତି । ଏହା ସହ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା-ମୋ ପରିବାର ଶୋସନ୍ତପ୍ତ ପରିବାରକୁ ମଧ୍ୟ ଆର୍ଥିକ ସହାୟତା କରିଛନ୍ତି ।

Get real time updates directly on you device, subscribe now.