fbpx
BSKY SKY
BSKY SKY

ଅବିଶ୍ୱାସ ଭୋଟ ପୁର୍ବରୁ ଇମ୍ରାନଙ୍କୁ ବିରୋଧୀଙ୍କ ଟାର୍ଗେଟ, ଇମ୍ରାନ୍ ପାକିସ୍ତାନକୁ ଭାଗ ଭାଗ କରି ଦେଇଛନ୍ତି

BSKY

ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆଜି ସଂସଦରେ ଇମ୍ରାନ ସରକାରଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ ହେବ । ଏହା ପୁର୍ବରୁ ସଂସଦରେ ଜୋରଦାର ତର୍କ ବିତର୍କ ଜାରି ରହିଛି । ଗତକାଲି ଦେଶର ଜନତା ତାଙ୍କ ସହିତ ଥିବା କହୁଥୁିବା ଇମ୍ରାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିପାରେ ।

ଆଜି ସଂସଦରେ ବିରୋଧୀ ଦଳର ନେତା ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଦଳର ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଇମ୍ରାନଙ୍କ ଜୋରଦାର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଇମ୍ରାନଙ୍କ ଆଗରେ ଭୋଟିଂରୁ ପଳାୟନ କରିବାର କୌଣସି ବାଟ ନାହିଁ । ଏହା ପରେ ସେ କହିଛନ୍ତି ଯେ ଯଦି ବାଚସ୍ପତି ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ନକରାନ୍ତି । ତେବେ ଏହା କୋର୍ଟଙ୍କ ଅପମାନ ହେବ । ଏଥି ସହିତ ସେ କହିଛନ୍ତି ଯେ ଇମ୍ରାନ ପାକିସ୍ତାନକୁ ଭାଗ ଭାଗ କରି ଦେଇଛନ୍ତି । ବର୍ତ୍ତମାନ ସମୟରେ ତାଙ୍କ ନିକଟରେ ବହୁମତ ନଥିବାରୁ ସେ ଅବିଶ୍ୱାସ ଭୋଟିଂରୁ ପଳାୟନ କରୁଥିବା ସେ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନ୍ କ୍ଷମତାର ଚୌକିକୁ ଜାବୁଡ଼ି ଧରିଛନ୍ତି । ଏଥିରେ ତାଙ୍କୁ ବାଚସ୍ପତି ସାହାଯ୍ୟ କରୁଛନ୍ତି । ଯାହା ପାକିସ୍ତାନର ଗଣତନ୍ତ୍ରକୁ ବିପଦରେ ପକାଇଛି । ଏଥିରୁ ବାଚସ୍ପତି ନିଜକୁ ବଞ୍ଚାନ୍ତୁ ଏବଂ ଜାତୀୟ ସଂସଦର ସମ୍ନାନକୁ ରକ୍ଷା କରନ୍ତୁ ।

Get real time updates directly on you device, subscribe now.