fbpx

କଂଗ୍ରେସର କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ଲାଗି କୌଣସି ଲୋଭ ନାହିଁ, ମହାମେଳିକୁ ନେଇ ଉତ୍ତର ରଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

Advertisement

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରରେ ବିରୋଧୀ ଦଳଙ୍କ ମହା ବୈଠକ ଜାରି ରହିଛି । ଆଜି ବୈଠକର ଦ୍ୱିତୀୟ ତଥା ଶେଷ ଦିନ । ଏହି ବୈଠକରେ ଭାଗ ନେବା ଲାଗି ୨୬ ଦଳର ନେତା ପହଞ୍ଚିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରୁ ଜଣାପଡିଛି ବାଙ୍ଗାଲୁରରେ ଆୟୋଜିତ ସଂଯୁକ୍ତ ବିରୋଧୀ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଏମ କେ ଷ୍ଟାଲିନଙ୍କ ଜନ୍ମଦିନରେ ଚେନ୍ନାଇରେ ପ୍ରଥମରୁ କହିସାରିଛି ଯେ, କଂଗ୍ରେସକୁ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ଲାଗି କୌଣସି ଲୋଭ ନାହିଁ । ଏହି ବୈଠକରେ ଆମର ଲକ୍ଷ୍ୟ ନୁହେଁ କ୍ଷମତା ହାସଲ କରିବା । ଏହି ବୈଠକ ଆମର ସମ୍ବିଧାନ, ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟ ରକ୍ଷା ଲାଗି ଆୟୋଜିତ ହୋଇଛି ।

୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ପୂର୍ବରୁ ରଣନୀତି ଉପରେ ଚର୍ଚ୍ଚା କରିବା ଲାଗି ଆୟୋଜିତ ୨୬ ବିରୋଧୀ ଦଳଙ୍କ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କଂଗ୍ରେସର କ୍ଷମତା କି ପ୍ରଧାନମନ୍ତ୍ରୀ ପଦ ଲାଗି କୌଣସି ଲୋଭ ନାହିଁ । ସେ କହିଛନ୍ତି ବିରୋଧୀ ଦଳ ମଧ୍ୟରେ ରାଜ୍ୟ ସ୍ତରରେ ମତଭେଦ ରହିଛି । କିନ୍ତୁ ଏହି ମତଭେଦ ବିଚାରଧାରା ସମ୍ବନ୍ଧିତ ନୁହେଁ । ସେ କହିଛନ୍ତି ଏହି ମତଭେଦ ଏତେ ବଡ ନୁହେଁ ଯେ, ଆମେ ଏଥିପାଇଁ ଦେଶରେ ମହଙ୍ଗା ମାଡରେ ଛଟପଟ ହେଉଥିବା ଜନତା, ବେରୋଜଗାର ସହ ଯୁଝୁଥିବା ଯୁବଗୋଷ୍ଠୀ, ଗରିବ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ସମସ୍ୟାକୁ ଅଣଦେଖା କରିଦେବୁ ।

ସେ କହିଛନ୍ତି ଏଠାରେ ଆଜି ୨୬ ଦଳ ଏକାଠି ହୋଇଛନ୍ତି ଓ ଏମାନେ ଏବେ ୧୧ ରାଜ୍ୟରେ ସରକାରେ ଅଛନ୍ତି । ବିଜେପିକୁ ୩୦୩ ସିଟ୍ ଏକାକୀ ଏହାର ଦମ୍ ରେ ମିଳିନାହିଁ । ବିଜେପି ନିଜ ନିଜର ସହଯୋଗୀଙ୍କ ମତକୁ ବ୍ୟବହାର କରି କ୍ଷମତାକୁ ଆସିଛି ଓ କ୍ଷମତାକୁ ଆସିବା ପରେ ସେମାନଙ୍କୁ ପରିତ୍ୟାଗ କରିଛି । ଆଜି ବିଜେପି ନେତା ଓ ଦଳର ଅଧ୍ୟକ୍ଷ ନିଜର ପୁରୁଣା ସହଯୋଗୀଙ୍କୁ ବୁଝାଇବା ଲାଗି ଏକ ରାଜ୍ୟରୁ ଅନ୍ୟ ରାଜ୍ୟ ଦୌଡୁଛନ୍ତି ।

 

Get real time updates directly on you device, subscribe now.