fbpx

ମଦ ବୋତଲର କ୍ୟୁଆର କୋଡ ସାହାଯ୍ୟରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ : ଜନ୍ମଦିନରେ ମୃତ୍ୟୁ ସାମ୍ନାକୁ ଠେଲି ଦେଲା ସାଙ୍ଗ

ନୂଆଦିଲ୍ଲୀ: ଜନ୍ମ ଦିନରେ ସାଙ୍ଗକୁ ଡାକି ନେଇ ହତ୍ୟା କରିଛି ସାଙ୍ଗ। ଏଭଳି ଏକ ଆଶ୍ଚର‌୍ୟ୍ୟଜନକ ଖବର ମଧ୍ୟପ୍ରଦେଶର ବରେଲୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ରୋହିତ ତାଙ୍କ ୨ଜଣ ସାଙ୍ଗ ସହ ମିଶି ନିଜ ଜନ୍ମ ଦିନ ସେଲିବ୍ରେଟ କରିବା ପାଇଁ ଯାଇଥିଲେ । ଅନୁମାନ କରାଯାଉଛି ଯେ, ପୂର୍ବ ଝଗଡାକୁ କେନ୍ଦ୍ର କରି ଜନ୍ମ ଦିନର ପାର୍ଟିକୁ ଡାକିନେଇ ଦୁଇସାଙ୍ଗ ରୋହିତକୁ ମୃତ୍ୟୁମୁଖକୁ ଠେଲି ଦେଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ସୁଚନା ଅନୁଯାୟୀ, ଜୁଲାଇ ୮ତାରିଖରେ ରୋହିତଙ୍କର ଜନ୍ମ ଦିନ ଥିଲା। ଜନ୍ମ ଦିନ ପାର୍ଟି ବାହାନାରେ ଶିବମ ରୋହିତକୁ ଡାକିଥିଲା। ସାଙ୍ଗ ହରିଓମସହ ସେଠାରେ ରୋହିତ ପହଞ୍ଚିଥିଲା । ଏହାପରେ ସେହି ପାର୍ଟିରେ ୩ ଜଣ ସାଙ୍ଗ ମିଶି ମଦ ପିଇଲେ, ରୋହିତକୁ ନିଶା ହେବା ପରେ ହରିଓମ ରୋହିତକୁ ଜାବୁଡି ଧରି ତାଙ୍କ ତଣ୍ଟିକୁ ଚିପିବାକୁ ଲାଗିଲେ। ତଣ୍ଟିକୁ ଚିପିବା ପରେ ପାଖରେ ପଡିଥିବା ଇଟା ଦ୍ୱାରା ରୋହିତଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ଶବ ପାଖରେ ରକ୍ତଭିଜା ଇଟା ପଡିଥିବା ବେଳେ, ସଂଘର୍ଷ କରିବାର ଚିହ୍ନ ମଧ୍ୟ ରହିଛି । ରୋହିତର ଶବ ପାଖରେ ମଦ ବୋତଲ ଗ୍ଲାସ ଆଦି ପଡିଥିବର ଦେଖିବାକୁ ମିଳିଛି।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ଏଠି ସହ ବ୍ୟବଚ୍ଛେଦ ଲାଗି ଶବକୁ ହସ୍ପିଟାଲକୁ ପଠାଇଲେ । ପୋଷ୍ଟମୋର୍ଟମ ରିପୋର୍ଟରୁ ଜଣା ପଡିଲା ଯେ, ରୋହିତର ତଣ୍ଟି ଚିପି ହତ୍ୟା କରାଯାଇଛି । ଏନେଇ ପୋଲିସ ଯାଞ୍ଚ ଆରମ୍ଭ କରି ଦେଇଛି । ଶବ ପାଖରୁ ସଂଗ୍ରହ କରାଯାଇଥିବା ମଦ ବୋତଲର କ୍ୟୁଆର କୋଡରୁ ପୋଲିସ ପ୍ରଥମେ ଦୋକାନ ପର‌୍ୟ୍ୟନ୍ତ ପହଞ୍ଚିଥିଲା । ସେଠାରୁ ସେ ମଦ କିଣିଥିବା ପିଲାର ସନ୍ଧାନ ପାଇଥିଲା । ପରବର୍ତ୍ତୀ ସମୟରେ ସଂପୃକ୍ତ ମାର୍ଗରେ ଥିବା ସମସ୍ତ ସିସିଟିଭି କ୍ୟାମେରା ସାହାଯ୍ୟରେ ଅଭିଯୁକ୍ତଙ୍କୁ ଖୋଜାଯାଇଛି, ଯେଉଁଥିରେ ତିନିଜଣ ଏକାଠି ବିଆଇ ବଜାରରେ ଯାଉଥିବାର ଦେଖିବାକୁ ମିଳିଥିଲା। ରୋଡ଼ରେ ସ୍ଥାପିତ କ୍ୟାମେରାରେ କେବଳ ଶିବମ୍ ଏବଂ ହରି ଓମ୍ ଦୃଶ୍ୟମାନ ହେଉଥିଲେ । କିନ୍ତୁ ରୋହିତ ନିଖୋଜ ଥିଲେ। ତେଣୁ ଏହି ଉଭୟଙ୍କୁ ପୋଲିସ ଉଠାଇ ନେଇଥିଲା। ପଚରାଉଚରା ବେଳେ ଶିବମ କହିଥିଲେ ଯେ, ସେ ରୋହିତଙ୍କ ସହ କାମ କରୁଥିଲେ। ଘଟଣାର ୨୫ ଦିନ ପୂର୍ବରୁ ସେମାନେ ଭବାଲିରେ ଏକାଠି କାମ କରିବା ଆରମ୍ଭ କରିଥିଲେ । ଏହି ସମୟରେ ଏକ ବିବାଦ ହୋଇଥିଲା ଯେଉଁଥିପାଇଁ ଶିବମ୍ ଚାଲିଯାଇ ଫେରିଗଲେ । ଫେରିବା ପରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା।

Get real time updates directly on you device, subscribe now.