fbpx
BJD SKY
BJD SKY

ପତ୍ନୀ ଠାରୁ ମୁକ୍ତି ପାଇବାକୁ ଚାହୁଁଛିି ପତି, ମୋତେ ମେସେଜ୍ କରୁଥିଲା, ବଲିଉଡ୍ ଦମ୍ପତିଙ୍କ ସଂପର୍କକୁ ନେଇ ଏପରି କିଛି କହିଲେ କଙ୍ଗନା

BJD

ମୁମ୍ବାଇ: କଙ୍ଗନା ନିଜର ଏକ ଲାଟେଷ୍ଟ ପୋଷ୍ଟରେ ବଲିଉଡ୍ କପଲ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଦୁଇ ଜଣଙ୍କ ବିବାହ ନକଲି ଓ ଏବେ ପତି ପତ୍ନୀଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛିି ।
କଙ୍ଗନା କାହାର ନାମ ନ ନେଇ ବଲିଉଡ୍ର ଏକ ଚର୍ଚ୍ଚିତ ଯୋଡିଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ନାଁ ନ ନେଇଥିଲେ ବି ଯେତିକି ସୂଚନା ଦେଇଛନ୍ତି ସେଥିରୁ ସ୍ପଷ୍ଟ ଜଣାପଡି ଯାଉଛି ସେ କାହାକୁ ଇଙ୍ଗିତ କରିଛନ୍ତି । କଙ୍ଗନା ଲେଖିଛନ୍ତି ଏହି ନକଲି ଦମ୍ପତିଙ୍କୁ ଏକ୍ସପୋଜ୍ କରିବା ଜରୁରୀ । ସେ ରଣବୀରଙ୍କ ଏକ ଟ୍ରିପ୍ ବିଷୟରେ ଇସାରା କରିଛନ୍ତି ଯେଉଁଥିରେ ତାଙ୍କ ପତ୍ନୀ ଓ କନ୍ୟା ନ ଥିଲେ । ଏହା ସହିତ ସେ ଲେଖିଛନ୍ତି ମାଫିଆ ଡାଡିଙ୍କ ପ୍ରେସରରେ ପାପାଙ୍କ ପରୀ ସହ ବିବାହ ହୋଇଥିଲା । ଏବେ ଉଭୟ ଅଲଗା ଅଲଗା ଫ୍ଲୋରରେ ରହୁଛନ୍ତି ।

କଙ୍ଗନା ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ନେଗେଟିଭ୍ ମିଡିଆ କଭରେଜ୍ ନେଇ ନିଜର କ୍ରୋଧ ପରିପ୍ରକାଶ କରିଛନ୍ତି । ଏହା ସହିତ ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲଙ୍କୁ ଇସାରା କରି ଏକ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଏକ ଫ୍ୟାମିଲି ଟ୍ରିପ୍ରେ କିପରି ପତ୍ନୀ ଓ ପିଲାକୁ ଅଲଗା କରି ଦିଆଯାଇଛି । ଏହା ସହିତ ଏହି ସମୟରେ ମୋତେ ମେସେଜ୍ କରି ଭେଟିବାକୁ ସଂପୃକ୍ତ ପତି ଜଣକ ବିକଳ ହୋଇଥିବା କଥା ସେ କହିଛନ୍ତି । ଏହି ନକଲି ଯୋଡିଙ୍କ ପର୍ଦ୍ଦାଫାଶ ହେବା ଉଚିତ । ଏହି ଯୋଡି ଫିଲ୍ମ ପ୍ରମୋଶନ, ପଇସା ଓ କାମ ଲାଗି ବିବାହ କରିଛନ୍ତି । ପୂର୍ବରୁ କଙ୍ଗନା ଏକ ଚାଟ୍ ଶୋରେ କହିଛନ୍ତି ଏକ ଫିଲ୍ମ ଷ୍ଟାର ତାଙ୍କୁ ଆପ୍ରୋଚ୍ କରିଛନ୍ତି । ଚଙ୍ଗ ମଙ୍ଗୁ ନାମରେ ସେ ପୂର୍ବରୁ ଏହି ଯୋଡିଙ୍କୁ ଟାର୍ଗେଟ କରିଛନ୍ତି । ସେବେଠାର ସୋସିଆଲ ମିଡିଆରେ ଟାର୍ଗେଟ ଲଗାଯାଉଥିଲା ଯେ, ଏହା ରଣବୀର ଓ ଆଲିଆଙ୍କ ଯୋଡି ହିଁ ହୋଇଥିବ ।

Get real time updates directly on you device, subscribe now.