fbpx

ଚାଷୀ ଆନ୍ଦୋଳନରେ ବିରୋଧୀଙ୍କ ହାତ ରହିଛି: ପ୍ରତାପ

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): କୃଷକ ଆଇନକୁ ବିରୋଧ କରି କ୍ରମାଗତ ୧୬ ଧରି ଚାଲିଆସିଥିବା ଚାଷୀ ଆନ୍ଦୋଳନକୁ ନେଇ ନିଜର ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ସେ କହିଛନ୍ତି ଯେ, ସରକାରଙ୍କର କୃଷି ନୀତିରେ କୃଷକଙ୍କର ହିତ ସାଧନ ହେବ । ଅନେକ କୃଷକ ଏହି ଆଇନକୁ ସ୍ୱାଗତ କରୁଛନ୍ତି । ଭୂମିର ମାଲିକାନା, ଶସ୍ୟର ସହାୟକ ମୂଲ୍ୟ ଆଦି ନେଇ ଚାଷୀ କୌଣସି କ୍ଷତି ସହିବାର ନାହିଁ । ଏହି ଆନ୍ଦୋଳନରେ ବିରୋଧୀଙ୍କ ହାତ ରହିଛି । ପ୍ରକୃତ ଚାଷୀ ପ୍ରତିବାଦ କରୁନଥିବା ସେ ଦୃଢ଼ତାର ସହ ଦର୍ଶାଇଛନ୍ତି । ସରକାର କୃଷି ବିଲ୍ ପ୍ରତ୍ୟାହାର କରିବା ନେଇ ସମ୍ଭାବନା ନଥିବା ସେ କହିଥିଲେ ।

Get real time updates directly on you device, subscribe now.