fbpx

ଘୋଷଣା ହେଲା OPSC ପ୍ରିଲିମିନାରୀ ପରୀକ୍ଷା ତାରିଖ; ଜାଣନ୍ତୁ କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିସକ ସେବାର ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ସୋମବାର ଓପିଏସସି ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ରାଜ୍ୟର ୫ଟି ସ୍ଥାନରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି ।

ଅଗଷ୍ଟ ୨୭ , ୨୦୨୧ରେ ପ୍ରଶାସନିକ ସେବା ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ସେପ୍ଟେମ୍ବର ସୁଦ୍ଧା ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶିତ ହେବ । କଟକ, ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ୨୭ ସକାଳ ୧୦ଟାରୁ ୧୨ ଟା ପର୍ଯ୍ୟନ୍ତ ୧୦୦ ମାର୍କର ପେପର-୧ ଏବଂ ୧.୩୦ରୁ ୩.୩୦ ଯାଏଁ ପେପର-୨ ଅନୁଷ୍ଠିତ ହେବ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ୪୦ ମିନିଟର ଅତିରିକ୍ତ ସମୟ ପ୍ରଦାନ କରାଯିବ । ଅଧିକ ସୂଚନା ପାଇଁhttp://opsc.gov.in ୱେବସାଇଟକୁ ଯିବାକୁ ଅନୁରୋଧ ।

Get real time updates directly on you device, subscribe now.