fbpx

ପାର୍କରେ ବୁଲିବାରୁ ସହି ପାରିଲେନି, ବଳପୂର୍ବକ ବିବାହ କରାଇ ଦେଲେ, ଜୀବନ ହାରିଲେ ଯୁବକ

ମାଲଦା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ କଙ୍ଗାରୁ କୋର୍ଟ ନଷ୍ଟ କଲା ଯୁବତୀଙ୍କ ଜୀବନ । ଏଠାରେ ଦୁଇ ପ୍ରେମୀ ଯୁଗଳଙ୍କର ଜୋରଜବରଦସ୍ତି ବିବାହ କରାଇଦେଇଛନ୍ତି । ଆଉ ଏହାପରେ ଯୁବକ ଜଣକ ବିବାହ ପରେ ଆତ୍ମହତ୍ୟା କରିଦେଇଛନ୍ତି । ପଞ୍ଚାୟତରେ ଟିଏମସିର କିଛି ନେତା ମିଶି ଏହି ଦୁଇ ପ୍ରେମୀଯୁଗଳଙ୍କ ବିବାହ କରାଇଥିବା ଜଣାପଡ଼ିଛି । ତେବେ ଏହି ନେତା ମାନଙ୍କ କଙ୍ଗାରୁ ନଷ୍ଟ କରିଦେଇଛି ଜଣେ ଯୁବତୀଙ୍କ ଜୀବନ । ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ୨୦ ବର୍ଷୀୟା ମାଣିକ ମଣ୍ଡଳଙ୍କୁ ରବିବାର ଦିନ ଏକ ବଗିଚାରେ ଜଣେ ଛାତ୍ରୀଙ୍କ ସହ ଗାଁର କିଛି ନେତାଙ୍କୁ ଧରିଥିଲେ । ଏହା ପରେ ଉଭୟଙ୍କୁ ଧରି ପଞ୍ଚାୟତ ବସିଥିଲା । ସେଥିରେ ନିଷ୍ପତ୍ତି ନିଆଗଲା ଯେ, ଦୁହିଁଙ୍କର ବିବାହ କରାଯିବ । ଦଣ୍ଡ ସ୍ୱରୂପ ପଞ୍ଚାୟତ ଦ୍ୱାରା ଏକ ମନ୍ଦିରରେ ସେମାନଙ୍କ ବିବାହ କରାଇଦିଆଗଲା । ଏହାପରେ ପଞ୍ଚାୟତ ଦୁହିଁଙ୍କୁ ନେଇ ଯୁବକଙ୍କ ଘରେ ଛାଡ଼ି ଦେଇଥିଲେ । କିନ୍ତୁ ଏହାକୁ ନେଇ ପୁଅ ଘରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଏହି ବିବାହକୁ ମଞ୍ଜୁରୀ ଦେଇନଥିଲେ । ଏହାପରେ ବହୁ ଝଗଡ଼ା ହେବା ପରେ ଯୁବକ ଜଣକ ଆତ୍ମହତ୍ୟା କରିଦେଲେ । ବର୍ତ୍ତମାନ ପୁଲିସ୍ ଏହି ମାମଲାକୁ ନେଇ ଖୋଳତାଡ଼ କରୁଛି ।

Get real time updates directly on you device, subscribe now.