fbpx

OPSC ପକ୍ଷରୁ ମିଳିଲା ଆଶ୍ୱସ୍ତି: ଗୋଟିଏ ଦିନରେ UPSC ସାକ୍ଷାତକାର ଓ OCS ମୁଖ୍ୟ ପରୀକ୍ଷା ରହିଥିଲେ ୩ ଦିନ ମଧ୍ୟରେ କରନ୍ତୁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିଭିଲ୍ ସର୍ଭିସ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯେଉଁ ପ୍ରାର୍ଥୀମାନଙ୍କୁ ସଂଘୀୟ ଲୋକସେବା ଆୟୋଗ (ୟିପିଏସସି)ର ପ୍ରଶାସନିକ ମୁଖ୍ୟ ପରୀକ୍ଷା, ୨୦୨୩ର ସାକ୍ଷାତକାର ପାଇଁ ଡକାଯାଇଛି, ଯଦି ସେମାନଙ୍କର ଓଡ଼ିଶା ସିଭିଲ ସେବା (ଓସିଏସ)ର ମୁଖ୍ୟ ପରୀକ୍ଷା, ୨୦୨୨ ଗୋଟିଏ ଦିନରେ ପଡ଼ୁଛି ତେବେ ଏନେଇ ଆସିଛି ଏକ ଆଶ୍ୱସ୍ତିକର ଖରବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଯେଉଁ ପ୍ରାର୍ଥୀଙ୍କର ଗୋଟିଏ ଦିନରେ ଏହି ଦୁଇଟି ପରୀକ୍ଷା ପଡ଼ୁଛି ସେମାନଙ୍କ ପାଇଁ ଏବେ ଓପିଏସସି ପକ୍ଷରୁ ଆଶ୍ୱସ୍ତିକର ଖବର ଆସିଛି । ପ୍ରାର୍ଥୀମାନେ ଆସନ୍ତା ୮ ତାରିଖ ସୁଦ୍ଧା ୟୁପିଏସସି ସିଭିଲ ସେବାର ସାକ୍ଷାତକାର ଟେଷ୍ଟ କଲ୍ ଲେଟରର କପିକୁ ଇ-ମେଲ ଜରିଆରେ କାର୍ଯ୍ୟାଳୟକୁ ପଠାଇ ପାରିବେ । ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା ୨୦୨୨ର ପ୍ରୋଗ୍ରାମକୁ ରିଶିଡ୍ୟୁଲ କରିବା ପାଇଁ ପ୍ରାର୍ଥୀମାନେ ଏପରି ଭାବେ ଆବେଦନ କରିପାରିବେ ।

ପ୍ରାର୍ଥୀମାନେ ସେମାନଙ୍କର ଓଭରଲାପିଂ ଡେଟ୍ ସହିତ ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା, ୨୦୨୨ ଓ ସିଭିଲ ସର୍ଭିସ ପରୀକ୍ଷା ୨୦୨୨୩ର ସାକ୍ଷାତକାର ଟେଷ୍ଟର ରୋଲ ନମ୍ବରକୁ ସ୍ପଷ୍ଟ ଭାବେ ଲେଖିବେ । ୟୁପିଏସସି ସାକ୍ଷାତକାର ପାଇଁ ଯୋଗ୍ୟତା କରିଥିବା ଯେଉଁ ପ୍ରାର୍ଥୀମାନେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର କଲ ଲେଟର ପାଇ ନାହାନ୍ତି ସେମାନେ ୟୁପିଏସସିର ସିଭିଲ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା, ୨୦୨୩ର ଆଡମିସନ ସାର୍ଟିଫିକେଟକୁ ନିଶ୍ଚିତ ଭାବେ ସଂଲଗ୍ନ କରିବେ । ଫେବୃଆରୀ ୮ ତାରିଖ କୌଣସି ଆଉ କୌଣସି ଅଭିଯୋଗ ଗ୍ରହଣ କରାଯିବ ନାହିଁ । ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା, ୨୦୨୨କୁ ସ୍ଥଗିତ ରଖିବା ନେଇ ବହୁ ପ୍ରାର୍ଥୀଙ୍କ ପକ୍ଷରୁ ଅନୁରୋଧ କରାଯିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.