fbpx
BSKY
BJD SHG SKY
BJD MC SKY

ଜଣେ ବୟସ୍କ ବ୍ୟକ୍ତି କମ ବୟସର ଝିଅକୁ ବିବାହ କଲେ କ’ଣ ସମସ୍ୟା ହେବ? ଜାଣନ୍ତୁ…

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ଜଣେ ବହୁ ଜ୍ଞାନୀ ଏବଂ ପୁରାତନ ସମୟର ପଣ୍ଡିତ ଥିଲେ। ସେ ନୀତି ଶାସ୍ତ୍ର ରଚନା କରିଥିଲେ ଯାହା ଆଜିର ସମୟରେ ମଧ୍ୟ ବହୁ ଗୁରୁତ୍ୱ ରଖେ। ଯଦି ଆପଣ ଆପଣଙ୍କ ଜୀବନରେ ଆଚାର୍ଯ୍ୟଙ୍କ ନୀତି ଅନୁସରଣ କରନ୍ତି, ତେବେ ଆପଣ କେବେ ହେଲେ ଅସନ୍ତୁଷ୍ଟ ରହିବେ ନାହିଁ।

ତେବେ ନିଜର ନୀତି ଶାସ୍ତ୍ରରେ ଆଚାର୍ଯ୍ୟ ଚାଣକ୍ୟ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ବାବଦରେ ଅନେକ କଥା ଉଲ୍ଲେଖ କରିଛନ୍ତି । ସେହିପରି ପୁରୁଷ ଓ ମହିଳାଙ୍କ ନୈତିକତା ସମ୍ବନ୍ଧରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କଥା ବର୍ଣ୍ଣନା କରିଛନ୍ତି। ଏହାକୁ ନେଇ ଚାଣକ୍ୟ କହିଛନ୍ତି ଜଣେ ଯୁବତୀ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିବା ଅତ୍ୟନ୍ତ ବିପଦଜନକ। କାରଣ ଚାଣକ୍ୟ କହିଛନ୍ତି, ଯେ ଜଣେ ଯୁବତୀ ବୃଦ୍ଧ ସ୍ୱାମୀଙ୍କ ପତ୍ନୀ ହେବା ଅନେକ ସମସ୍ୟା ସୃଷ୍ଟି କରିପାରେ।

ଚାଣକ୍ୟ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଏପରି ଯେ ଉଭୟଙ୍କ ପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବା ଜରୁରୀ। ଉଭୟଙ୍କ ମଧ୍ୟରେ ଅଧିକ ବୟସ ପାର୍ଥକ୍ୟ ରହିଲେ ବୈବାହିକ ଜୀବନରେ କୌଣସି ସମନ୍ୱୟ ରହିବ ନାହିଁ । ସେମାନେ ପରସ୍ପରର ଆବଶ୍ୟକତା ପୂରଣ କରିପାରିବେ ନାହିଁ । ଜଣେ ବୃଦ୍ଧ ବ୍ୟକ୍ତି ଯୁବତୀଙ୍କୁ ବିବାହ କରିବା ଉଚିତ୍ ନୁହେଁ। ଏହି ବିବାହ ଅସଙ୍ଗତ। ଏହିପରି ବିବାହ କଦାପି ସଫଳ ହୁଏ ନାହିଁ ଏବଂ ଉଭୟ ପୁରୁଷ ଏବଂ ମହିଳା କଷ୍ଟ ପାଆନ୍ତି। ତେଣୁ ସମାନ ବୟସ କିମ୍ବା ଉଭୟଙ୍କ ପାଖାପାଖି ବୟସରେ ବିବାହ କରିବା ଉଚିତ।

Get real time updates directly on you device, subscribe now.