fbpx
BJD
BJD SKY
BJD SKY

ନକ୍ସଲଙ୍କ ବିରୁଦ୍ଧରେ ଲଢେଇରେ ସିଆରପିଏଫ୍ ଯବାନଙ୍କ ଖାସ୍ ଦୋସ୍ତ ପାଲଟିଛି ଏକ ଛେଳି, ଜାଣନ୍ତୁ ନାମକରଣର ରହସ୍ୟ

ରାୟପୁର: ଛତିଶଗଡରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ବାଟାଲିୟନ ୧୫୦ ମାଓବାଦୀଙ୍କ ସାମ୍ନା କରୁଛନ୍ତି । ସୁକମା ଜିଲ୍ଲାରେ ମାଓବାଦୀଙ୍କ ବିରୁଦ୍ଧରେ ଜାରି ରହିଥିବା ଏହି ଲଢେଇରେ ଯବାନମାନଙ୍କୁ ଚାପମୁକ୍ତ କରିବାରେ ସାହାଯ୍ୟ କରୁଛି ଏକ ଖାସ୍ ଦୋସ୍ତ । ଏହି ଖାସ୍ ଦୋସ୍ତ ବିଷୟରେ ଜାଣିଲେ ଆପଣ ବି ଚକିତ ହୋଇଯିବେ । ଯବାନଙ୍କ ଏହି ଦୋସ୍ତ ହେଉଛି ଏକ ଛେଳି ଯାହାର ନାମ ଚାମୁଣ୍ଡା । ଚାମୁଣ୍ଡା ପ୍ରାୟ ୧୦ ବର୍ଷ ହେବ ସିଆରପିଏଫ୍ ଯବାନମାନଙ୍କ ସହ ରହି ଆସୁଛି । ବାଟାଲିୟନ ଯେଉଁଠାକୁ ବି ଯାଉଛନ୍ତି ଚାମୁଣ୍ଡାକୁ ନିଜ ସାଥିରେ ନେଇ ଯାଆନ୍ତି ।

ଗତ ଗୁରୁବାର ନକ୍ସଲମାନଙ୍କ ସହ ମୁହାଁମୁହିଁ ସମୟରେ ଚାମୁଣ୍ଡା ସେଠାରେ ବସି ଆରାମରେ ଗଛଲତା ଖାଉଥିଲା ଓ କ୍ୟାମ୍ପରେ ବୁଲୁଥିଲା । ୨୦୧୪ରେ ବାଟାଲିୟନ ସୁକୁମା ଜିଲ୍ଲା କାଙ୍କେରଲାଙ୍କା ଗାଁରେ ନିଯୁକ୍ତ ଥିଲେ । ଏହି ସମୟରେ ଜଣେ ଯବାନଙ୍କୁ ଏଠାରେ ଏହି ଛେଳିଟି ମିଳିଥିଲା । ଚାମୁଣ୍ଡାକୁ ଏହି ସମୟରେ ମାତ୍ର ୪୫ ଦିନର ହୋଇଥିଲା । ତାର ମାଲିକ ତାକୁ କ୍ୟାମ୍ପ ପାଖରେ ଛାଡି ଦେଇଥିଲା । ବାଟାଲିୟନର ଯବାନମାନେ ତା’ର ଦେଖାରଖା କରିଥିଲେ ଓ ସେ ପୁଣି ସୁସ୍ଥ ହୋଇ ଉଠିଥିଲା । ଏବେ ସେ କ୍ୟାମ୍ପର ଏକ ପରିବାର ସଦସ୍ୟ ପରି ହୋଇଯାଇଛି । ଯଦି କେବେ ଚାମୁଣ୍ଡା ରୋଗରେ ପଡିଯାଏ ତେବେ ବାଟାଲିୟନମାନେ ରାୟପୁର ଯାଇ ତା’ ପାଇଁ ଔଷଧ ଆଣିଥାନ୍ତି ।

ତେବେ ଏହି ଛେଳିର ନାମକରଣ ପଛରେ ବି ଏକ ରୋଚକ କାହାଣୀ ରହିଛି । ଜଣେ ଯବାନ କହିଛନ୍ତି ଯେତେବେଳେ ଆମେ ଯବାନମାନେ କୌଣସି ମିଶନରେ ବାହାରିଥାଉ କିମ୍ବା ଫେରିଥାଉ ସେତେବେଳେ ଆମେ ଚାମୁଣ୍ଡା ମାତା କି ଜୟ କି ନାରା ଦେଇଥାଉ । ସେ କହିଛନ୍ତି ଯେଉଁଦିନ ଆମେ ଏହି ଛେଳିକୁ ଅସୁସ୍ଥ ଅବସ୍ଥାରେ ପାଇଥିଲୁ ସେଦିନ ମାତା ଚାମୁଣ୍ଡାଙ୍କ ନାଁ ନେଇ ତାକୁ ମ୍ୟାଲେରିଆ ବଟିକା ଖାଇବାକୁ ଦେଇଥିଲୁ ଓ ସେ ସୁସ୍ଥ ହୋଇଯାଇଥିଲା । ଏହାପରଠାରୁ ଆମେ ତା’ର ନାମ ଚାମୁଣ୍ଡା ରଖିଥିଲୁ ।

Get real time updates directly on you device, subscribe now.