fbpx

OCS ମୁଖ୍ୟ ପରୀକ୍ଷା ୨୦୨୨ ପାଇଁ ଆଡମିଟ୍ କାର୍ଡ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ସେବା ପରୀକ୍ଷା- ୨୦୨୨କୁ ଆସିଛି ଏକ ବଡ଼ ଅପଡେଟ୍ । ଓସିଏସ-୨୦୨୨ର ମୁଖ୍ୟ ପରୀକ୍ଷା ଚଳିତ ମାସ ୨୫ରୁ ମାର୍ଚ୍ଚ ମାସ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଫେବୃଆରୀ ୨୭, ୨୯ ଓ ମାର୍ଚ୍ଚ ୨ ତାରିଖକୁ ବାଦ୍ ଦେଇ ଅନ୍ୟ ଦିନମାନଙ୍କରେ ପରୀକ୍ଷା କରାଯିବ ବୋଲି ପୂର୍ବରୁ କୁହାଯାଇଛି । ତେବେ ଏହା ମଧ୍ୟରେ ମୁଖ୍ୟ ପରୀକ୍ଷାକୁ ନେଇ ଓପିଏସସି ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ମୁତାବକ, ଓସିଏସ ମୁଖ୍ୟ ପରୀକ୍ଷା ୨୦୨୨ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଓପିଏସସିର ୱେବସାଇଟ୍ ଲିଙ୍କକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏହା ପୂର୍ବରୁୠତ ୧୭ ତାରିଖରେ ଓସିଏସ୍ ମୁଖ୍ୟ ପରୀକ୍ଷା ପାଇଁ ସବଜେକ୍ଟ କୋର୍ଡ ଜାରି କରାଯାଇଥିଲା । ପ୍ରାର୍ଥୀମାନେ ସେମାନଙ୍କର ଆନସର ବୁକରେ ଏହି ସବଜେଷ୍ଟ କୋର୍ଡ ଲେଖିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ମାସରେ ଓସିଏସ-୨୦୨୨ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା । ମୋଟ ୮୨୨୦ ଜଣ ପରୀକ୍ଷାର୍ଥୀ ସେଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୭୩୦ ଜଣ ମହିଳା ପ୍ରାର୍ଥୀ ରହିଥିଲେ । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀ ଓସିଏସ-୨୦୨୨ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ: https://opsconline.gov.in/dnld–/172223_Main/

Get real time updates directly on you device, subscribe now.