fbpx

‘ଓଠରେ ଚୁମ୍ବନ ଅପ୍ରାକୃତିକ ଯୌନ ଅପରାଧ ନୁହେଁ’ : ବମ୍ବେ ହାଇକୋର୍ଟ

ମୁମ୍ବାଇ : ବମ୍ବେ ହାଇକୋର୍ଟ ପୋକ୍‌ସୋ ଅଧିନିୟମ ଅନୁଯାୟୀ ଜଣେ ଅଭିଯୁକ୍ତକୁ ଜାମିନ୍‌ ମଞ୍ଜୁର କରିବା ସହ ରାୟରେ ଦର୍ଶାଇଛନ୍ତି କି ଓଠରେ ଚୁମ୍ବନ ଦେବା ଅପ୍ରାକୃତିକ ଯୌନ ଅପରାଧ ନୁହେଁ । ୧୪ ବର୍ଷର ଜଣେ ବ୍ୟକ୍ତି ଏକ ଶିଶୁ ସହ ଯୌନ ଶୋଷଣ ଅଭିଯୋଗ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ରାୟ ଦେଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ନାମରେ ଭାରତୀୟ ପ୍ୟାନେଲ୍‌ କୋଡ୍‌ ଧାରା ୩୭୭, ୩୮୪, ୪୨୦ ଓ ସେକ୍ସନ ୮ ଓ ୧୨ ଭିତ୍ତିରେ ମୋକଦ୍ଦମା ରୁଜୁ ହୋଇଥିଲା । ସଂପୃକ୍ତ ବ୍ୟକ୍ତିଜଣକ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ।

ମାମଲାର ଶୁଣାଣି କରି ଜଷ୍ଟିସ୍‌ ଅନୁଜା ପ୍ରଭୁଦେଶାଇ ଏହାକୁ ଅପରାଧ ନୁହେଁ ବୋଲି ଦର୍ଶାଇବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଜାମିନ୍‌ ମଞ୍ଜୁର କରିଛନ୍ତି । ଜଷ୍ଟିସ୍‌ ଅନୁଜା ପ୍ରଭୁଦେଶାଇ କହିଛନ୍ତି କି ପୀଡ଼ିତଙ୍କ ବୟାନ ଓ ଏଫ୍‌ଆଇଆର୍‌ରୁ ସ୍ପଷ୍ଟ କି ବ୍ୟକ୍ତିଜଣକ ଶିଶୁର ଓଠରେ ଚୁମ୍ବନ ଦେଇଛନ୍ତି ଓ ତା’ର ପ୍ରାଇଭେଟ୍‌ ପାଟ୍ସକୁ ଛୁଇଁଛନ୍ତି । ଏହା ଭାରତୀୟ ଆଚାର ସଂହିତା ଧାରା ୩୭୭ ଅନୁଯାୟୀ ଅପରାଧ ଅଟେ । କୋର୍ଟ ଆହୁରି ମଧ୍ୟ ଦର୍ଶାଇଛନ୍ତି କି ପୋକ୍‌ସୋ ଧାରା ୮ ଓ ୧୨ ଅନୁଯାୟୀ ଏଭଳି ମାମଲାରେ ଅପରାଧୀକୁ ସର୍ବାଧିକ ୫ ବର୍ଷର ଦଣ୍ଡବିଧାନର ପ୍ରାବଧାନ ରହିଛି । ତେବେ ବ୍ୟକ୍ତି ଜଣକ ଗତ ୧ବର୍ଷ ହେବ ଜେଲ୍‌ରେ ବନ୍ଦୀ ଅଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣ ହୋଇନାହିଁ ଓ ନିକଟରେ ଏହି ମୋକଦ୍ଦମା ଆରମ୍ଭ ହେବାର କୌଣସି ସମ୍ଭାବନା ବି ନାହିଁ । ଏପରି ସ୍ଥଳେ ବ୍ୟକ୍ତିଜଣକୁ ଜାମିନ୍‌ ମିଳିବା ଉଚିତ୍‌ ଦର୍ଶାଇ କୋର୍ଟ ତାଙ୍କୁ ଜାମିନ୍‌ ମଞ୍ଜୁର କରିଛନ୍ତି । ବ୍ୟକ୍ତି ଜଣଙ୍କୁ ୩୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍‌ ଦେବା ସହ ପ୍ରତି ୨ ମାସରେ ଥରେ ପୋଲିସ ଥାନାରେ ରିପୋର୍ଟ କରିବାକୁ ଆଦେଶ ଦେଇଛନ୍ତି । ଏଥି ସହ ସେ କୌଣସି ବ୍ୟକ୍ତି ଉପରେ ଚାପ ନପକାଇବା, ମୋକଦ୍ଦମାରେ ସହଯୋଗ କରିବା ଓ ସବୁ କେସ୍‌ ତାରିଖରେ ଟ୍ରାଏଲ୍‌ କୋର୍ଟରେ ହାଜର ହେବାକୁ କୋର୍ଟ ସର୍ତ୍ତ ରଖିଛନ୍ତି ।

Get real time updates directly on you device, subscribe now.