fbpx
BSKY
BJD SHG SKY
BJD MC SKY

ପାକିସ୍ତାନ ଅପେକ୍ଷା ଚୀନ ବର୍ଡରରେ ଭାରତ ପ୍ରତି ରହିଛି ବିପଦ, ସ୍ଥାନାନ୍ତର କରାଗଲା ୩୫ ହଜାର ସୈନିକ 

ନୂଆଦିଲ୍ଲୀ: ଭାରତ ପାଇଁ ପାକିସ୍ତାନ ନୁହେଁ ବର୍ତ୍ତମାନ ଚୀନ ହିଁ ଚିନ୍ତାର କାରଣ। ତେଣୁ ଭାରତ ଚୀନ ସୀମାରେ ସୈନ୍ୟ ଠୁଳ କରିବାରେ ଲାଗିଛି। ନୂତନ ସ୍ଥଳ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ମଧ୍ୟ ଚୀନକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଭାରତ କୌଣସି ପ୍ରକାରର ଦୁଃସାହାସ ବରଦାସ୍ତ କରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଲଦାଖ ସେକ୍ଟରରୁ ସେନାର ଛଅ ଡିଭିଜନ ସୈନିକଙ୍କୁ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)କୁ ସ୍ଥାନାନ୍ତର କରିଛି। ସୈନିକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରିପୋର୍ଟରୁ ପ୍ରକାଶ। ଏ ପର୍ଯ୍ୟନ୍ତ ଚୀନ ସୀମାରେ ୩୫ ହଜାର ସୈନିକଙ୍କୁ ସ୍ଥାନାନ୍ତର କରାଯାଇଛି।

ଏଏନଆଇ ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ କରିଛି, ଗତ ଦୁଇ ବର୍ଷରେ ପାଖାପାଖି ୩୫ ହଜାର ସୈନିକଙ୍କୁ ଚୀନ ସୀମାରେ ମୁତୟନ କରାଯାଇଛି। ଏଥିରୁ କିଛି ସୈନିକ ଆତଙ୍କବାଦ ନିରୋଧୀ ଅଭିଯାନରେ ନିୟୋଜିତ ଥିଲେ। ରାଷ୍ଟ୍ରୀୟ ରାଇଫଲ୍ସରୁ ଗୋଟିଏ ଡିଭିଜନଙ୍କୁ ପୂର୍ବ ଲଦାଖ ସେକ୍ଟରରେ ମୁତୟନ କରାଯାଇଛି। ଏହି ଡିଭିଜନ ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦ ବିରୋଧୀ ଅଭିଯାନରେ ନିୟୋଜିତ ଥିଲେ। ସେହିପରି ଆସାମ ସ୍ଥିତ ଏକ ଡିଭିଜନକୁ ପୂର୍ବୋତରରେ ଚୀନ ସୀମାରେ ମୁତୟନ କରାଯାଇଛି। ଏହି ଡିଭିଜନ ଉଗ୍ରବାଦୀ ବିରୋଧୀ ଅଭିଯାନରେ ନିୟୋଜିତ ଥିଲେ।

ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଚୀନ ବ୍ୟାପକ ସଂଖ୍ୟାରେ ସୈନିକ ମୁତୟନର ଜବାବରେ ଭାରତ ଏଲଏସିରେ ଅଧିକ ସୈନିକ ମୁତୟନ କରୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ସଂପ୍ରତି ପାକିସ୍ତାନ ସୀମା ଅପେକ୍ଷା ଚୀନ ସୀମାରେ ଭାରତ ପ୍ରତି ଅଧିକ ବିପଦ ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Get real time updates directly on you device, subscribe now.