fbpx

ଅପେକ୍ଷାର ଘଟିଲା ଅନ୍ତ : ଏହି ସ୍ଥାନରେ ପ୍ରାଥମିକ ଶିକ୍ଷକମାନଙ୍କର ୧୨,୪୬୦ ପଦବୀରେ ନିଯୁକ୍ତି ପାଇଁ ଦିଆଗଲା ଆଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କୁ ଏକ ବଡ ଆରାମ ପ୍ରଦାନ କରି ହାଇକୋର୍ଟଙ୍କ ଲଖନଉ ବେଞ୍ଚ ୧୨,୪୬୦ ସହକାରୀ ଶିକ୍ଷକଙ୍କ ଚୟନ ପ୍ରକ୍ରିୟା ବାତିଲ କରିବାର ନିଷ୍ପତ୍ତିକୁ ଖାରଜ କରିଛି ।

ତେବେ ୨୦୧୮ ଠାରୁ ଏହି ମାମଲା ବିଚାରାଧୀନ ଥିଲା । ଏହି ନିଷ୍ପତ୍ତି ପରେ ହଜାର ହଜାର ଯୁବକଯୁବତୀମାନଙ୍କୁ ଆରାମ ମିଳିଛି । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଉକ୍ତ ନିଯୁକ୍ତିରେ ଅବଶିଷ୍ଟ ୬୪୭୦ ପଦବୀ ପାଇଁ ସାଧାରଣ ଯୋଗ୍ୟତା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟ କହିଛନ୍ତି ଯେ ତିନି ମାସ ମଧ୍ୟରେ ରାଜ୍ୟ ସରକାର ଏହି ପଦବୀ ପାଇଁ ନିଯୁକ୍ତି ଦେବା ଉଚିତ୍ ।

ଜଷ୍ଟିସ୍ ଏଆର୍ ମାସୁଦି ଏବଂ ଜଷ୍ଟିସ୍ ଓମ୍ ପ୍ରକାଶ ଶୁକ୍ଲାଙ୍କୁ ନେଇ ହାଇକୋର୍ଟର ଡିଭିଜନ୍ ବେଞ୍ଚ ଏହି ମାମଲାରେ ଏହି ରାୟ ଦେଇଛନ୍ତି । ମୋହିତ କୁମାର ଦ୍ୱିବେଦୀ ଏବଂ ଅନ୍ୟାନ୍ୟ ମନୋନୀତ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ୧୯ ଟି ସ୍ୱତନ୍ତ୍ର ଆବେଦନ ଉପରେ ଶୁଣାଣି କରାଯାଇଛି । ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୧ ଡିସେମ୍ବର ୨୦୧୬ ରେ ଜାରି ହୋଇଥିଲା ।

Get real time updates directly on you device, subscribe now.