ଭୁବନେଶ୍ୱର: ଗଠନ ହେଲା ଓଡ଼ିଶା ଲ’ କମିଶନ। ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଲ’କମିଶନର ଅଧ୍ୟକ୍ଷ। ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ୬ଜଣ ସଦସ୍ୟ ଅଛନ୍ତି। ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏକ୍ସ ଅଫିସିଓର ସଦସ୍ୟ ହୋଇଛନ୍ତି। ଏଥିସହ ଆଇନ ବିଭାଗ ପ୍ରମୁଖ ସଚିବ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟ ଭାବେ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ର ସଦସ୍ୟ ଅଛନ୍ତି। କମିଶନଙ୍କ ସଚିବ ମଧ୍ୟ ଲ’କମିଶନରେ ସ୍ଥାନ ପାଇଛନ୍ତି।