fbpx
BSKY
BJD YOUTH SKY
BJD MS SKY

OSSC ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନୋଟିସ୍: ଅମିନ, ବୈଷୟିକ ସହାୟକ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଦେଇଥିବା ପ୍ରାର୍ଥୀ ୱେବସାଇଟ୍ ଚେକ୍ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୭ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅମିନ, ବୈଷୟିକ ସହାୟକ, ବୁଣାକାର ସୁପରଭାଇଜର ଓ ମୃତ୍ତିକା ସମ୍ପ୍ରସାରଣ କର୍ମଚାରୀ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଉକ୍ତ ପରୀକ୍ଷା ସମାପ୍ତ ହେବା ପରେ ସେହି ଦିନ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଏସଏସଏସସି) ପକ୍ଷରୁ ପ୍ରଶ୍ନପତ୍ରରେ ରହିଥିବା ତ୍ରୁଟିକୁ ନେଇ ସୂଚନା ଜାରି କରାଯାଇଥିଲା ।

ତେବେ ଏହା ମଧ୍ୟରେ ପ୍ରିଲିମିନାରୀ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଏହି ପରୀକ୍ଷାର ଅସ୍ଥାୟୀ ଉତ୍ତର ଓଏସଏସସିର ଅଫିସିଆଲ ୱେବସାଇଟରେ ଜାରି କରାଯାଇଛି । ପରୀକ୍ଷା ଦେଇସାରିଥିବା ପ୍ରାର୍ଥୀଙ୍କର ଯଦି ଅସ୍ଥାୟୀ ଉତ୍ତରକୁ ନେଇ କୌଣସି ଅଭିଯୋଗ ରହିଥାଏ, ତେବେ ସେମାନେ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ଏନେଇ ଅଭିଯୋଗ ଦାଖଲ କରିପାରିବେ । ତେଣୁ ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ଏନେଇ ଚେକ୍ କରିନେବା ଆବଶ୍ୟକ ।

ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ବୁଣାକାର ସୁପରଭାଇଜର, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ, ବୈଷୟିକ ସହାୟକ ଓ ଅମିନ ପଦରେ ନିଯୁକ୍ତି ଦିଆଯିବ । ସେଥିପାଇଁ ଜୁନ ମାସ ୨୬ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ମାସ ୨୪ରେ ସମାପ୍ତ ହୋଇଥିଲା । ପ୍ରିଲିମିନାରୀ ପରୀକ୍ଷାରେ ପ୍ରାର୍ଥୀମାନେ ମୋଟ ୧୫୦ ମାର୍କର ପରୀକ୍ଷା ୨ ଘଣ୍ଟା ସମୟ ମଧ୍ୟରେ ଦେଇଥିଲେ । ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିଥିଲା । ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୦.୨୫ ନେଗେଟିଭ୍ ମାର୍କିଂ ରହିଥିଲା ।

Get real time updates directly on you device, subscribe now.