fbpx

OSSC ଜାରି କଲା ନିଯୁକ୍ତି କ୍ୟାଲେଣ୍ଡର: ୨୦୨୪ ବର୍ଷର ଶେଷ ୪ ମାସ ପାଇଁ ୧୫ଟି ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷର ଶେଷ ଚାରି ମାସ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ କେଉଁ ସବୁ ପରୀକ୍ଷା ହେବ ତା’ର ତାରିଖ ଘୋଷଣା କରାଯାଇଛି । ସେପ୍ଟେମ୍ବରରେ ୩ଟି, ଅକ୍ଟୋବରରେ ୨ଟି, ନଭେମ୍ବର-ଡିସେମ୍ବରରେ ୧୦ଟି ଏପରି ଭାବେ ୪ ମାସରେ ମୋଟ ୧୫ଟି ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାଗୁଡ଼ିକ ମଧ୍ୟରେ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା ସାମିଲ ରହିଥିବା ବେଳେ ଡକ୍ୟୁମେଣ୍ଟ ଯାଞ୍ଚ ଓ ଶାରୀରିକ ଟେଷ୍ଟକୁ ବାଦ୍ ଦିଆଯାଇଛି ।

ସେପ୍ଟେମ୍ବରରେ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା ୨୦୨୩ର ମୁଖ୍ୟ ଲିଖିତ ପରୀକ୍ଷା, ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ମୁଖ୍ୟ ଲିଖିତ ପରୀକ୍ଷା ଓ ମିଳିତ ଉଚ୍ଚ ମାଧ୍ୟମିକ ନିଯୁକ୍ତିର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଅକ୍ଟୋବରରେ ସିଜିଏଲ ପ୍ରିଲିମିନାରୀ ପରୀକ୍ଷା, ସିଆରଇ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ପରିସଂଖ୍ୟାନ ସହାୟକ ପ୍ରିଲିମ୍ସ, କନିଷ୍ଠ ପ୍ରବର୍ତ୍ତନ ଅଧିକାରୀ ପ୍ରିଲିମ୍ସ, ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ମୁଖ୍ୟ ଲିଖିତ ପରୀକ୍ଷା, ଓଏସଆଇ ସ୍କିମରେ ବୈଷୟିକ ପଦର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.