୨୦୫ ଶିକ୍ଷକ ପଦ ପାଇଁ ଆବେଦନ ଆରମ୍ଭ, ଜାନୁଆରୀ ୩୧ ଆବେଦନର ଶେଷ ତାରିଖ, ଜାଣନ୍ତୁ ମିଳିବ କେତେ ଦରମା
ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (osssc) ପକ୍ଷରୁ ଆସିଛି ଶିକ୍ଷକ ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ । ପିଇଟି ପାଇଁ ୧୦୫ ପଦ ଖାଲିପଡ଼ିଛି ।
ଭୁବନେଶ୍ୱର: ଯେଉଁମାନେ ଶିକ୍ଷକ ଚାକିିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆସିଯାଇଛି ବଡ଼ ସୁଯୋଗ । ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (osssc) ପକ୍ଷରୁ ଆସିଛି ଶିକ୍ଷକ ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ ।
ନିଯୁକ୍ତି ମାଧ୍ୟମରେ ବିଦ୍ୟାଳୟରେ ଶରୀରିକ ଶିକ୍ଷା ଶିକ୍ଷକ , ଟ୍ରେନିଂ ଗ୍ରାଜୁଲଏଟ୍ ଶିକ୍ଷକ ବିଜ୍ଞାନ ଏବଂ ସଂସ୍କୃତ ଶିକ୍ଷକ ପଦ ପୂରଣ ହେବ । ଏ ନେଇ ଅନଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି । ୨୦୦ରୁ ଅଧିକ ଜଣଙ୍କୁ ଚାକିରି ମିଳିବ ।ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ ।
ପିଇଟି ପାଇଁ ୧୦୫ ପଦ ଖାଲିପଡ଼ିଥିବାବେଳେ ସିଂସ୍କୃତ ଶିକ୍ଷକ ପାଇଁ ୭୧ଟି ପୋଷ୍ଟ, ଟିଜିଟି ବିଜ୍ଞାନ ପାଇଁ ୨୯ଟି ପଦ ଖାଲିପଡ଼ିଥିବାବେଳେ ୨୦୫ ପଦ ପାଇଁ ବିଜ୍ଞାପନ ବାହାରିଛି ।
ଅନଲାଇନ୍ ଆବେଦନ ଆଜିଠାରୁ ଆରମ୍ଭ ହୋଇଯାଇଥିବାବେଳେ ଜାନୁଆରୀ ୩୧ ଆବେଦନର ଶେଷ ତାରିଖ ରହିଛି । ଅଫିସିଆଲ୍ ୱେବ୍ ସାଇଟ୍ osssc.gov.in କୁ ଯାଇ ଆବେଦନ କରିପାରିବେ ।
ବିଜ୍ଞାନ ଶିକ୍ଷକ ପାଇଁ ସ୍ୱିକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ (ପିସିଏମ୍) ସହିତ ସର୍ବନିମ୍ନ ୫୦% ସହ ବିଇଡି ଡିଗ୍ରୀ ରହିବା ଆବଶ୍ୟକ ।
କେମିତି କରିବେ ଆବେଦନ: ସଂସ୍କୃତ ଶିକ୍ଷକ ପାଇଁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୫୦% ସହିତ ସଂସ୍କୃତରେ ସ୍ନାତକ ଡିଗ୍ରୀ ଏବଂ ସର୍ବନିମ୍ନ ୫୦% ସହିତ ସଂସ୍କୃତ ସ୍ନାତକୋତ୍ତର ଆବଶ୍ୟକ ।
ପିଇଟି ପାଇଁ ଦ୍ୱାଦଶ ଶ୍ରେଣୀ କିମ୍ବା ସମାନ ପରୀକ୍ଷାରେ ପାସ୍ ଏବଂ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ/ ବିଶ୍ୱ ବିଦ୍ୟାଳୟରେ ସିପିଇଡି, ବିପିଇଡି, ଏମପିଇଡି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ ।
ସେହିପରି ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ଥିବାବେଳେ ସର୍ବାଧିକ ବୟସ ସୀମା ୩୮ ବର୍ଷ ରହିଛି ।
ସର୍ବନିମ୍ନ ଦରମା ୩୫,୪୦୦ ଟଙ୍କା ଥିବାବେଳେ ସର୍ବାଧିକ ୧,୧୨,୪୦୦ ଟଙ୍କା ରହିଛି । ୩ଟି ପରୀକ୍ଷା ପ୍ରଣାଳୀ, ଲିଖିତ, ସାକ୍ଷାତକାର ଏବଂ ଡକ୍ୟୁମେଣ୍ଟ ଭେରିପିକେଶନ୍ ଜରିଆରେ ଚାକିରି ମିଳିବ ।