OTET ପ୍ରଶ୍ନପତ୍ର ଲିକ୍ ମାମଲା, ବୋର୍ଡ ଉପସଭାପତି ଗିରଫ

ନିହାରଙ୍କ ଲ୍ୟାପଟପରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର।

ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ। ଧରା ପଡିଲା ଅସଲ ଦୋଷୀ। ଶେଷରେ ପ୍ରଶ୍ନ ପତ୍ର ଲିକ୍ କରିଥିବା ଲୋକ କ୍ରାଇମବ୍ରାଞ୍ଚ ହାତରେ ପଡିଲା ଧରା। ସେ ଆଉ କେହି ନୁହେଁ ବରଂ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି।

ନିହାରଙ୍କ ଲ୍ୟାପଟପରୁ ଲିକ୍ ହୋଇଥିଲା OTET ପ୍ରଶ୍ନପତ୍ର।  ଯାହାକୁ ନେଇ ଖୋଳତାଡ କରୁଥିଲା କ୍ରାଇମବ୍ରାଞ୍ଚ।  ଆଉ ଅନେକ ପରିଶ୍ରମ ପରେ ଶେଷରେ ଦୋଷୀ ଧରା ପଡିଲା।

ଶେଷରେ ପ୍ରଶ୍ନପତ୍ର ଲିକ୍ କରିଥିବା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଦୁଇ ଦୁଇ ଥର ଜେରା ପରେ ନିହାରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ।