fbpx

ବିପଦରେ ଚନ୍ଦ୍ରଯାନ-୨: ଏଲନ ମସ୍କଙ୍କ Space-x ଦ୍ୱାରା କ୍ଷତି ହେବାର ଆଶଙ୍କା

Advertisement

ନୂଆଦିଲ୍ଲୀ: ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ ବର୍ତ୍ତମାନ ବିପଦରେ ରହିଛି । ନିକଟରେ ଏକ ସ୍ପେଶ ଏକ୍ସ ରକେଟ ନିଜ ଉପରୁ ନିୟନ୍ତ୍ରଣ ହରାଇବା ପରେ ଏପରି ସମ୍ଭାବନା ସୃଷ୍ଟି ହୋଇଛି । ଚନ୍ଦ୍ର ମିଶନରେ ରହିଥିବା ଚନ୍ଦ୍ରଯାନ-୨ର ରୋଭରକୁ ଏହା କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଛି । ଏହା ସହିତ ଚନ୍ଦ୍ର ପୃଷ୍ଠ ମଧ୍ୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ୪ ମେଟ୍ରିକ୍ ଟନ୍ ଓଜନର ଏହି ରକେଟଟି ଚନ୍ଦ୍ରପୃଷ୍ଠକୁ ଧକ୍କା ଦେବା ଦ୍ୱାରା ଚନ୍ଦ୍ରର ବେଗକୁ ୨.୫ କିମିରେ ପ୍ରଭାବିତ କରିବ ।

୭ ବର୍ଷ ପୂର୍ବେ ସ୍ଶେ ଏକ୍ସ ପକ୍ଷରୁ ଫ୍ଲୋରିଡାରୁ ଏହି ଫାଲକନ୍-୯ ରକେଟ ଲଞ୍ଚ କରାଯାଇଥିଲା । ଏହା ଚନ୍ଦ୍ରର ଚତୁଃପାଶ୍ୱର୍ରେ ପ୍ରଦକ୍ଷିଣ କରୁଥିଲା । ବର୍ତ୍ତମାନ ଏହାର ଅବକ୍ଷୟ ଚନ୍ଦ୍ରରେ ପିଟି ହେବାକୁ ଯାଉଛି । ଏହା ବର୍ତ୍ତମାନ ଚନ୍ଦ୍ର ଠାରୁ ପ୍ରାୟ ୧୦ ମିଲିୟନ କିଲୋମିଟର ଦୂରରେ ରହିଛି । ଫେବୃୟାରୀ ୨୦୧୫ ଠାରୁ ଏହାର ଅର୍ବିଟରେ ଅନିୟମିତତା ଦେଖା ଦେଇଥିଲା । ଶେଷରେ ଏହା ପଡିବାକୁ ଯାଉଥିବା ବେଳେ ଏହା ବିଶେଷ କ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.