ନୂଆଦିଲ୍ଲୀ: ଗିନିରେ ରବିବାର ଦିନ ଫୁଟବଲ ମ୍ୟାଚରେ ଏକ ବଡ଼ଧରଣର କାଣ୍ଡ ହୋଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏଠାରେ ଫୁଟବଲ ମ୍ୟାଚ ଦେଖିବାକୁ ଆସିଥିବା ପ୍ରଶଂସକଙ୍କ ମଧ୍ୟରେ ବଡ଼ଧରଣର ଝଗଡ଼ା ହୋଇଥିଲା । ତେବେ ଏହି ଝଗଡ଼ା ଏତେ ପରିମାଣରେ ବଢିଯାଇଥିଲା ଯେ, ଏଥିରେ ୧୦୦ଜଣଙ୍କର ମୃତ୍ୟୁ ଘଟିଛି । ଡାକ୍ତରଙ୍କ କହିବାନୁଯାୟୀ, ହସ୍ପିଟାଲରେ ଏହି ଶବମାନଙ୍କର ଏକ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଏଥିସହ ହସ୍ପିଟାଲର ଚଟାଣରେ ମଧ୍ୟ ଏହି ମୃତଦେହ ଗୁଡିକ ପଡିରହିଛି ।
ଡାକ୍ତରଙ୍କ ରିପୋର୍ଟ ମୁତାବକ, ୧୦୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କାଜୁଆଲଟିରେ ଆହତଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି । ଏଥିସହ ଅନ୍ୟ ମେଡିକାଲ ରିପୋର୍ଟରେ ଦର୍ଶାଯାଇଛି ଯେ, ଏଥିରେ ଡର୍ଜନରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଫ୍ୟାନ୍ସଙ୍କ ମଧ୍ୟରେ ଯୁଦ୍ଧ ଲାଗିଥିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଫୁଟବଲ ପଡିଆରେ ଶତାଧିକ ଲୋକେ ଏଣେ ତେଣେ ଦୌଡିବାର ଦେଖିବାକୁ ମିଳିଛି ।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଏହି ମ୍ୟାଚରେ ରେଫରିଙ୍କ ଦ୍ୱାରା ଏକ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ପ୍ରଶଂସକମାନେ ପିଚ୍ ଉପରକୁ ଯାଇ ଆକ୍ରମଣ କରିଥିଲେ ।
#Alerte/N’zérékoré : La finale du tournoi doté du trophée « Général Mamadi Doumbouya » vire au dr.ame… pic.twitter.com/fjTvdxoe0v
— Guineeinfos.com (@guineeinfos_com) December 1, 2024