fbpx

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ପରେ ଲେବାନନ୍ ଛାଡ଼ି ସିରିଆ ଗଲେ ୧ ଲକ୍ଷ ଲୋକ

ନୂଆଦିଲ୍ଲୀ: ଜାତିସଂଘର ଶରଣାର୍ଥୀ ହାଇ କମିଶନର ଫିଲିପୋ ଗ୍ରାଣ୍ଡି କହିଛନ୍ତି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଅତି କମରେ ୧,୦୦,୦୦୦ ଲୋକ ସିରିଆ ଲେବନାନ ଛାଡ଼ି ପଳାୟନ କରିଛନ୍ତି । ସେ କହିଛନ୍ତି ଯେ ଲୋକମାନେ ଏବେ ବି ବାହାରକୁ ଯାଉଛନ୍ତି । ଜାତିସଂଘର ଲୋକମାନେ ୪ଟି ସୀମା ଛକରେ ଲୋକଙ୍କୁ ସମର୍ଥନ କରୁଛନ୍ତି ।

ରବିବାର ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ – ଗତ ସାତ ଦିନ ମଧ୍ୟରେ ପ୍ରାୟ ୮୦ ହଜାର ଲୋକ ଲେବାନନ୍ ସିରିଆ ଛାଡ଼ିଛନ୍ତି । ଲେବନାନ ମନ୍ତ୍ରୀ ନାସିର ୟାସିନଙ୍କ କହିବା ନୁସାରେ, ସିରିଆ ଯାଇଥିବା ଲୋକଙ୍କ ମଧ୍ୟରୁ ୩୬,୦ ସିରିଆର ନାଗରିକ ଏବଂ ୪୧,୩୦୦ ଲେବାନନର ନାଗରିକ ଥିଲେ ।

Get real time updates directly on you device, subscribe now.