fbpx
BJD SKY
BJD SKY

Overthinking କରୁଥିଲେ ହୋଇପାରନ୍ତି ଏହି ରୋଗର ଶିକାର…

BJD

ଓଡ଼ିଶା ଭାସ୍କର: ଆଜିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକମାନେ ଚାପଗ୍ରସ୍ତ ରହୁଛନ୍ତି । ଏହା ସେମାନଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅଫିସର ୱାର୍କ ଲୋଡ୍ ଏବଂ ପରିବାରର ଟେନସନ ଭିତରେ ବେଳେ ବେଳେ ମସ୍ତିଷ୍କ ଉପରେ ଅଧିକ ଚାପ ପଡ଼ିଥାଏ । ଅନାବଶ୍ୟକ ଚିନ୍ତାରେ ବ୍ୟକ୍ତି ସବୁବେଳେ ଘାଣ୍ଟି ହେଉଥାଏ । କୋ÷ଣସି କାମରେ ମନ ଲାଗେନାହିଁ । ଏହା ଓଭର ଥିଙ୍କିଙ୍ଗର ଲକ୍ଷଣ । ପରବର୍ତ୍ତୀ ସମୟରେ ଏହା ଗମ୍ଭୀର ରୋଗ ଭାବେ ଉଭା ହୋଇଥାଏ ।
ଅଧିକାଂଶ ଲୋକମାନେ ଛୋଟ ଛୋଟ କଥାକୁ ଗମ୍ଭୀରତାର ସହ ଗ୍ରହଣ କରିଥାନ୍ତି । ସେହି କଥାକୁ ନେଇ ଅଧିକ ଚାପଗ୍ରସ୍ତ ରହିଥାନ୍ତି । ସେମାନଙ୍କ ମଧ୍ୟରେ ଥିବା ସକାରାତ୍ମକ ଭାବନା ଧିରେ ଧିରେ କ୍ଷୁଣ ହେବାକୁ ଲାଗିଥାଏ । ଏହା ବ୍ୟକ୍ତିର ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ । ତେବେ ଆସନ୍ତୁ ଜାଣିବା ଓଭର ଥିଙ୍କିଙ୍ଗ୍ କରିବା ଦ୍ୱାରା କେଉଁ କେଉଁ ରୋଗର ହେବାର ଆଶଙ୍କା ରହିଛି:

– ଉଚ୍ଚ ରକ୍ତଚାପ: ଅଧିକ ଚିନ୍ତା କରିବା ଦ୍ୱାରା ହର୍ମୋନାଲ ଅସନ୍ତୁଳନ ଦେଖାଦେଇଥାଏ । ଏହା ହୃଦ୍ସ୍ପନ୍ଦନକୁ ବୃଦ୍ଧି କରିବା ସହ ରକ୍ତ ବାହିକାକୁ ସଂକୀର୍ଣ୍ଣ କରିଥାଏ ।

– ନିଦ୍ରାହୀନତା: ଅଧିକ ଚନ୍ତା କରିବା ଦ୍ୱାରା ମସ୍ତିଷ୍କ ସବୁବେଳେ ସକ୍ରିୟ ରହିଥାଏ । ଫପ୍ର ସ୍ଲିପ୍ ସାଇକେଲ୍ ପ୍ରଭାବିତ ହୋଇଥାଏ ଏବଂ ଇନସୋମନିଆ ଓ ସ୍ଲିପ୍ ଏପନିୟା ଭଳି ସମସ୍ୟ ଦେଖା ଦେଇଥାଏ ।

– ଡିପ୍ରେସନ୍: ଡିପ୍ରେସନ ମସ୍ତିଷ୍କର କାର୍ଯ୍ୟକ୍ଷମତା ଉପରେ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ବ୍ୟକ୍ତି ଜଣଙ୍କ ଅଧିକାଂଶ ସମୟ ଏକା ରହିବା ସହ ନକାରାତ୍ମକ ଚିନ୍ତାଧାରାର ଶିକାର ହୋଇଥାନ୍ତି ।

– ଏଙ୍ଗ୍ଜାଇଟି ଏବଂ ପର୍ସନାଲିଟି ଡିସ୍ଅର୍ଡ଼ର: ଏହି ସମସ୍ୟାରେ ବ୍ୟକ୍ତି ଜଣଙ୍କ ଅଧିକ ଭୟଭୀତ ଓ ବିବ୍ରତ ଅନୁଭବ କରିଥାନ୍ତି । ଭବିଷ୍ୟତକୁ ନେଇ ଅଧିକ ଚିନ୍ତା କରିବା ଦ୍ୱାରା ଜୀବନରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

Get real time updates directly on you device, subscribe now.