fbpx

ସ୍ତ୍ରୀର ଅତ୍ୟାଚାରରେ ଅତିଷ୍ଠ ହୋଇ ଥାନାରେ ପହଞ୍ଚିଲେ ସ୍ୱାମୀ, ଅଶ୍ଲୀଳ ଭିଡ଼ିଓ ବନାଇ ଭାଇରାଲ କରିବାର ଧମକ ଦେଉଥିଲା ସ୍ତ୍ରୀ

Advertisement

ରାଜସ୍ଥାନ : ଆମ ଦେଶରେ ଦିନକୁ ଦିନ ଅତ୍ୟାଚାର, ଅଘଟଣ, ଅପହରଣର ମାମଲା ବଢିବାରେ ଲାଗିଛି । ସ୍ୱାମୀ ଦ୍ୱାରା ସ୍ତ୍ରୀ ଅତ୍ୟାଚାର ହେଉଥିବାର ସମସ୍ତେ ଶୁଣି ଥିବେ କିନ୍ତୁ ବର୍ତ୍ତମାନ ଯୁଗରେ ସ୍ତୀ ଦ୍ୱାରା ସ୍ୱାମୀ ଅତ୍ୟାଚର ହେଉଛି । ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ରାଜଧାନୀ ଜୟପୁରରୁ । ଏଠାରେ ନିଜ ସ୍ତ୍ରୀର ଅତ୍ୟାଚାରରେ ହଇରାଣ ହୋଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ସ୍ୱାମୀ । ଅଭିଯୋଗରେ ସେ କହିଛନ୍ତି ଯେ ସ୍ତ୍ରୀ ତା ସହିତ ମାରପିଟ କରୁଛି ଓ ଜବରଦସ୍ତ କରି ସ୍ୱାମୀର ଅଶୀଳ ଭିଡ଼ିଓ ବି ରେକର୍ଡ଼ କରୁଛନ୍ତି ।

ସୂଚନା ଅନୁସାରେ, ଜୟପୁରର ବାସିନ୍ଧା ବିକ୍ରମ ୨୪ବର୍ଷ ପୂର୍ବରୁ ରଚନା ନାମକ ଝିଅ ସହିତ ବିବାହ କରିଥିଲେ । ପୀଡ଼ିତଙ୍କ କହିବା ଅନୁସାର ଅଧିକାଂଶ ଦିନ ପତ୍ନୀ ରଚନା ତାଙ୍କୁ ମାରପିଟ କରୁଥିଲେ । ଅନେକ ସମୟରେ ସେ ତାଙ୍କୁ ମାରପିଟ କରିବା ସହ ତାଙ୍କର ସାର୍ଟ ଚିରି ଦେଇଥିଲେ । କେବଳ ଏତିକି ନୁହେଁ ପତ୍ନୀ ଜଣକ ସ୍ୱାମୀଙ୍କ ସହ ତାଙ୍କ ଶାଶୁ-ଶଶୁରକୁ ମଧ୍ୟ ଅଶୀଳ ଭାଷାରେ ଗାଳି କରୁଥିଲେ । ଘରର ଜିନିଷ ମଧ୍ୟ ନଷ୍ଟ କରୁଥିଲେ, ଏହା ସହିତ ସେ ସବୁ ବେଳେ ମାରିବା ମରିବାର ଧମକ ଦେଉଥିଲେ ।

ପୀଡ଼ିତଙ୍କ ଅଭିଯୋଗ ଯେ ତାଙ୍କ ସ୍ତ୍ରୀ ସବୁ ବେଳେ ତାଙ୍କୁ ଅପମାନିତ କରୁଥିଲେ । ଏହା ସହିତ ସେ ଜୋର ଜବରଦସ୍ତ କରି ତାଙ୍କ ସହ ଅଶୀଳ ଭିଡ଼ିଓ ରେକର୍ଡ଼ କରି ସୋଶିଆଲ ମିଡିଆରେ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲେ । ପରବର୍ତ୍ତୀ ସମୟରେ ପୀଡ଼ିତଙ୍କ ଅଭିଯୋଗରେ ପୋଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁô କରାଇ, ସେହି ମାମଲାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.