fbpx

ହକି ବିଶ୍ୱକପ୍ ପାଇଁ ସ୍ପେସିଆଲ ଅଫର, ରୁମ ମୂଲ୍ୟ ହ୍ରାସ କରିଲା OYO

Advertisement

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ହକି ବିଶ୍ୱକପ ପାଇଁ ଏବେ ଓଡିଶା ଉଠୁଛି ପଡୁଛି। ଦେଶ ତଥା ଦେଶ ବାହାରୁ ଶତାଧିକ ହକି ପ୍ରେମୀ ମାନଙ୍କ ଓଡିଶାକୁ ସୁଅ ଛୁଟୁଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ହୋଟେଲ ଗୁଡିକ ମଧ୍ୟ ସୁସଜ୍ଜିତ ହେଇଛି । ତେବେ ଏହା ଭିତରେ ଗ୍ଲୋବାଲ ହସ୍ପିଟାଲିଟି ଟେକ୍ନୋଲୋଜି ପ୍ଳାଟଫର୍ମ , ଓୟୋ ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ଏହାର ସମସ୍ତ ହୋଟେଲ ଗୁଡିକରେ ରହଣୀ ଉପରେ ୫୦% ରିହାତି ପ୍ରଦାନ କରୁଛି ।

ଏହି ଅଫର୍ ଜାନୁଆରୀ ୧୩ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟ୍ ର ସମ୍ପୂର୍ଣ୍ଣ ଅବଧି ଯାଏଁ ବୈଧ ରହିବ । ଏହି ଦୁଇଟି ସହରରେ ପ୍ରାୟ ୮୦ଟି ଓୟୋ ହୋଟେଲ୍କୁ ଏହି ସ୍କିମ୍ ଅଧିନରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ୧୫୦୦ରୁ ଅଧିକ ରୁମ୍ ଅତିଥିଙ୍କ ପାଇଁ ଉପଲବ୍ଧ ରହିବ । ଏହି ମେଗା ହକି ଟୁର୍ଣ୍ଣାମେଂଟ୍ ପାଇଁ ବିଶ୍ୱବ୍ୟାପୀ ହଜାର ହଜାର ଦର୍ଶକ ଭୁବନେଶ୍ୱର ଓ ରାଉରକେଲା ସହରକୁ ଆସିବାର ସମ୍ଭାବନା ରହିଛି । ଏହି ରିହାତିକୁ ହାସଲ କରିବା ପାଇଁ ଅତିଥିମାନଙ୍କୁ ଓୟୋ ଆପ୍ ଡାଉନ୍ଲୋଡ୍ କରିବାକୁ ହେବ, ଏକ ବୈଧ ହୋଟେଲ୍ ସନ୍ଧାନ କରିବା ପାଇଁ ରେଡ୍ ‘ନିୟରବାଏ’ ଆଇକନ୍ ଉପରେ କ୍ଲିକ୍ କରିବାକୁ ହେବ, ପରେ ‘ହକିଡବ୍ଲ୍ୟୁସି’କୁପନ୍କୋଡ୍କୁ ଚୟନ କରି ବୁକ୍ ନାଓ ବଟନ୍କୁ କ୍ଲିକ୍ କରିବାକୁ ହେବ । ସେମାନେ ଓୟୋର ୨୪ ଘଂଟିଆ ଚାଟ୍ବଟ୍-ୟୋ!ଚାଟ୍ ସହିତ ନିଜ ପ୍ରଶ୍ନଗୁଡିକର ତତ୍କାଳ ଉତ୍ତର ପାଇପାରିବେ ।

Get real time updates directly on you device, subscribe now.