fbpx

ରବି ଧାନ କିଣା ପାଇଁ ବଢ଼ିଲା କୃଷକ ପଞ୍ଜୀକରଣ ଅବଧି

ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): ରବି ଧାନ କିଣା ପାଇଁ କୃଷକ ପଞ୍ଜୀକରଣ ଅବଧି ବଢ଼ିଛି । ଏପ୍ରିଲ ୭ରୁ ୧୪କୁ ପଞ୍ଜୀକରଣ ଶେଷ ତାରିଖକୁ ବୃଦ୍ଧି କରାଯାଇଛି । ଲକ୍ ଡାଉନ ଦୃଷ୍ଟିରୁ ଯୋଗାଣ ଓ ସମବାୟ ମନ୍ତ୍ରୀ ଏହିପରି ନିଷ୍ପତ୍ତି ନିଆଯାଇଛି । ଏଯାଏ ୧୭ଜିଲ୍ଲାର ୧ଲକ୍ଷ ୮୩ହଜାର ୧୬୫ ଚାଷୀ ପଞ୍ଜୀକୃତ ହୋଇଛନ୍ତି ।
କରୋନା ସତର୍କତା ନେଇ ରାଜ୍ୟ ଲକ୍ ଡାଉନ ରହିଛି । ଓଡ଼ିଶାରେ ୩୯ଜଣ କରୋନା ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ସର୍ବାଧିକ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.