ପୁଣେ: ଜଣାଶୁଣା ସାଇନ୍ସ କମ୍ୟୁନିକେଟର ତଥା ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ଆଷ୍ଟ୍ରୋଫିଜିସିଷ୍ଟ ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କ ପରଲୋକ ମଙ୍ଗଳବାର ଦିନ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
କସମୋଲୋଜି କ୍ଷେତ୍ରରେ ଭାରତ ବର୍ଷରେ ଜୟନ୍ତଙ୍କ ବଡ଼ ଅବଦାନ ରହିଛି । ବିଜ୍ଞାନ ଏବଂ ଦେଶର ବଡ଼ ବଡ଼ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସ୍ଥାପନ କ୍ଷେତ୍ରରେ ଜୟନତଙ୍କ ଭୂମିକା ଅତୁଳନୀୟ ।
ମଙ୍ଗଳବାର ଦିନ ସକାଳେ ଶୋଇଥିବାବେଳେ ହିଁ ଜୟନ୍ତଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ କହିଛନ୍ତି । ନିକଟରେ ସ୍ଥାନୀୟ ମେଡିକାଲରେ ତାଙ୍କର ଏକ ବଡ଼ ସର୍ଜରୀ କରାଯାଇଥିଲା ।
ଯାହାପରେ ସେ ସୁସ୍ଥ ଥିବା ପରିବାର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜୟନ୍ତ ତାଙ୍କ ତିନି ଝିଅଙ୍କ ପାଖରେ ରହୁଥିଲେ ।
୧୯୩୮ ମସିହା ଜୁଲାଇ ୧୯ରେ ଜୟନ୍ତଙ୍କ ଜନ୍ମ । ବନାରସ ହିନ୍ଦୁ ୟୁନିଭର୍ସିଟିରୁ ସେ ତାଙ୍କ ପଢ଼ା ସାରିଥିଲେ । ଜୟନ୍ତଙ୍କ ବାପା ବିଷ୍ଣୁ ବାସୁଦେବ ଜଣେ ପ୍ରଫେସର । ଗଣିତ ବିଭାଗର ମୁଖ୍ୟ ଭାବେ ମଧ୍ୟ ସେ କାମ କରିଛନ୍ତି ।
ଜୟନ୍ତ ନିଜର ହାୟର ଏଜୁକେଶନ କେମ୍ବ୍ରିଜରେ କରିଥିଲେ । ନିଜ କାର୍ଯ୍ୟ ପାଇଁ ମାତ୍ର ୨୬ ବର୍ଷ ବୟସରେ ଜୟନ୍ତଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।
ସେହିପରି ୨୦୦୪ରେ ଜୟନ୍ତଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବିଜ୍ଞାନ ସାଙ୍ଗକୁ ଲେଖାଲେଖି ମଧ୍ୟ ତାଙ୍କୁ ବେଶ୍ ପସନ୍ଦ । ସେ ଏକାଧିକ ସାଇନ୍ସ ଫ୍ରିକ୍ସନ ବହି ଲେଖିଛନ୍ତି ।