ରାଜ୍ୟରେ ଗଡୁଛି ୨୨ ଲକ୍ଷରୁ ଅଧିକ ପୁରୁଣା ଗାଡି: ପଦ୍ମନାଭ

News across the Earth, news close to your heart, Read Odisha Bhaskar English

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଗଡୁଛି ଅନଫିଟ୍ ଗାଡି । ରାଜ୍ୟରେ ୨୨ ଲକ୍ଷରୁ ଅଧିକ ପୁରୁଣା ଗାଡି ଗଡୁଛି । ୧୫ ବର୍ଷରୁ ଅଧିକ ୨୨ ଲକ୍ଷ ୯ ହଜାର ୫୭୩ ଟି ମଟରଗାଡି ଅଛି । ସେଥିରୁ ୧୧ ଲକ୍ଷ ୪୩ ହଜାର ୨୬ ଟି ଗାଡି ଚଳାଚଳ କରୁଛି । କେନ୍ଦ୍ରସରକାରଙ୍କ ମଟରଯାନ ଆଇନ୍ ୨୦୧୯ ଅନୁସାରେ , ୧୫ ବର୍ଷରୁ କମ ମଟରଗାଡିକୁ ନିଷେଧ କରାଯାଇଛି ବୋଲି ଆଜି ଗୃହରେ ଅଣତାରକା ପ୍ରଶ୍ନର ଉତ୍ତର ରଖି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସେହିପରି ବେପରୁଆ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ପଦ୍ମନାଭ କହିଛନ୍ତି ଯେ,୨୦୧୮ ରେ ବେପରୁଆ ଗାଡି ଚାଳନା କରି ଦୁର୍ଘଟଣା ଘଟାଇଥିବା ୫୧୨୧ ଜଣଙ୍କ ଏବଂ ୨୦୧୯ ଅକ୍ଟୋବରରେ ୩୮୮୯ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ପଦକ୍ଷେପ ନିଆଯାଇପାରେ ।

Get real time updates directly on you device, subscribe now.