fbpx

ନିଜ ଦେଶର ପୋଲ୍ ଖୋଲିଲେ ପାକିସ୍ତାନୀ ସ୍ପିନର; ‘ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବା ଉଚିତ ନୁହେଁ ଟିମ୍ ଇଣ୍ଡିଆ’

ନୂଆଦିଲ୍ଲୀ: ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ନିକଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଥିଲେ ଯେ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଆସିବା ୫୦ ପ୍ରତିଶତ ନିଶ୍ଚିତ। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ ସ୍ପିନର ଦାନିଶ କନେରିଆ ସୁରକ୍ଷାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ ଟିମ୍ ଇଣ୍ଡିଆ ଯିବା ଉଚିତ ନୁହେଁ।

ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବା ଉଚିତ ନୁହେଁ ବୋଲି ଦାନିଶ କନେରିଆ ସ୍ପଷ୍ଟ ଭାବେ କହିଛନ୍ତି। ‘ସ୍ପୋର୍ଟସ୍ ତକ୍’ ସହ କଥାବାର୍ତ୍ତା କରି ପାକିସ୍ତାନର ପୂର୍ବତନ ସ୍ପିନର କହିଛନ୍ତି, “ପାକିସ୍ତାନର ସ୍ଥିତି ଦେଖନ୍ତୁ। ମୁଁ କହିବି ଯେ ଭାରତୀୟ ଦଳ ପାକିସ୍ତାନ ଯିବା ଉଚିତ୍ ନୁହେଁ। ପାକିସ୍ତାନ ଏ ବିଷୟରେ ଚିନ୍ତା କରିବା ଦରକାର, ତା’ପରେ ଆଇସିସି ନିଷ୍ପତ୍ତି ନେବ ଏବଂ ଅଧିକାଂଶ ସମୟରେ ଏହା ଏକ ହାଇବ୍ରିଡ୍ ମଡେଲ୍ ହେବ। ଏହା ଦୁବାଇରେ ଖେଳାଯିବ।

ଖେଳାଳିଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦିଆଯିବା ଦରକାର। ସମ୍ମାନ ହେଉଛି ଦ୍ୱିତୀୟ ପ୍ରାଥମିକତା । ଅନେକ ଜିନିଷ ଅଛି । ମୁଁ ଭାବୁଛି ବିସିସିଆଇ ଚମତ୍କାର କାମ କରୁଛି। ମୁଁ ଭାବୁଛି ସମସ୍ତ ଦେଶ ଚୂଡ଼ାନ୍ତ ନିଷ୍ପତ୍ତିକୁ ଗ୍ରହଣ କରିବେ।” ସୂଚନାଥାଉ କି, ଚାମ୍ପିୟନ୍ସ ଟ୍ରଫି କୁ ନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ। ସାମ୍ନାକୁ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟରୁ ଜଣାପଡୁଛି ଯେ ଭାରତୀୟ ଦଳ ପାକିସ୍ତାନ ଗସ୍ତ ସପକ୍ଷରେ ନାହିଁ।

Get real time updates directly on you device, subscribe now.