fbpx

ଏୟାରଷ୍ଟ୍ରାଇକର ଜବାବ ଦେଲା ପାକିସ୍ତାନ: ଇରାନର ଆତଙ୍କବାଦୀଙ୍କ ଆଡ୍ଡା ଉପରେ କଲା ଆକ୍ରମଣ

ନୂଆଦିଲ୍ଲୀ: ଇରାନର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ଚୁପ୍ ବସିନାହିଁ । ଇରାନର କିଛି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ପାକିସ୍ତାନ ଆକ୍ରମଣ କରିଥିବା ନେଇ ପାକିସ୍ତାନୀ ମିଡ଼ିଆରେ ଖବର ପ୍ରକାଶ ପାଇଛି । ତେବେ କେବେ ଓ କେଉଁ ସମୟରେ ଏହି ଆକ୍ରମଣ କରାଯାଇଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ତଥ୍ୟ ସାମ୍ନାକୁ ଆସିନାହିଁ । ଇରାନର ବିଏଲଏ ଆତଙ୍କବାଦୀ ସଂଗଠନର ଆଡ୍ଡା ଉପରେ ଟାର୍ଗେଟ୍ କରାଯାଇଥିବା ପାକିସ୍ତାନୀ ମିଡ଼ିଆ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ଇରାନ ପାକିସ୍ତାନର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରିବା ପରେ ପାକିସ୍ତାନ ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ଏନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଆକ୍ରମଣ କେବେ ଓ କେଉଁ ସମୟରେ କରାଯାଇଥିଲା ସେନେଇ କିଛି ସୂଚନା ଜାରି କରାଯାଇନାହିଁ । ଇରାନରେ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ), ବଲୁଚିସ୍ତାନ ଲିବରେସନ ଫୋର୍ସ (ବିଏଲଏଫ) ପରି ବଲୁଚ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିବା ବେଳେ ସେମାନେ ପାକିସ୍ତାନୀ ବିରୋଧ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା କୁହାଯାଉଛି । ତେବେ ଏନେଇ ପାକିସ୍ତାନ କି ଇରାନ ପକ୍ଷରୁ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିନାହିଁ ।

ଇରାନ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯିବାର ୨୪ ଘଣ୍ଟା ପରେ ପାକିସ୍ତାନ ଏହାର ଜବାବ ଦେଇଛି । ପାକିସ୍ତାନର ବାୟୁସେନା ପୂର୍ବ ଇରାନର ସରବନ ସହରର ବଲୁଚ ଆତଙ୍କୀ ଗ୍ରୁପ ଉପରେ ଏୟାରଷ୍ଟ୍ରାଇକ କରିଛି । ଆକ୍ରମଣରେ ସହରରେ ଧୂଆଁମୟ ପରିବେଶ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଇରାନ ଗତ ୧୬ ତାରିଖରେ ପାକିସ୍ତାନରେ ଜୈଶ ଅଲ ଅଦଲର ଆଡ୍ଡା ଉପରେ ଆକ୍ରମଣ କରିଥିଲା । ସେହି ଆକ୍ରମଣରେ ୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.