ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବାବର ଆଜମଙ୍କୁ ଦଳର ଅଧିନାୟକ ପଦରୁ ବାଦ୍ ଦେବା ପରେ ନୂଆ ଅଧିନାୟକ ବାଛିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏହାସହିତ ଦଳ ପାଇଁ ନୂଆ ଉପ-ଅଧିନାୟକଙ୍କ ଚୟନ ମଧ୍ୟ ହୋଇସାରିଛି । ବାବରଙ୍କ ପରେ ତାଙ୍କ ସାଥୀ ଖେଳାଳିଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛି । ଦିନିକିଆ ଏବଂ ଟି-୨୦ ଫର୍ମାଟରେ ମହମ୍ମଦ ରିଜୱାନ ଦଳର ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରିଛି ପାକିସ୍ତାନ । ଏହାସହିତ ଉପ-ଅଧିନାୟକ ଦାୟିତ୍ୱରେ ସଲମାନ ଅଲୀଙ୍କୁ ନିଯୁକ୍ତି ଦିଆଯାଇଛି ।
ବାବରଙ୍କ ପରେ ପାକିସ୍ତାନ ଦଳର ନେତୃତ୍ୱଭାର ୱିକେଟ କିପର ମହମ୍ମଦ ରିଜୱାନଙ୍କୁ ପ୍ରଦାନ କରାଯାଇଛି । ସୀମିତ ଓଭର କ୍ରିକେଟରେ ପାକ୍ ଦଳର ନେତୃତ୍ୱ ନେବେ ମହମ୍ମଦ ରିଜୱାନ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ରିଜୱାନ ଦଳର ଅଧିନାୟକ ଭାବରେ ଦାୟିତ୍ୱ ଆରମ୍ଭ କରିବେ । ଆସନ୍ତାବର୍ଷ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ରିଜୱାନଙ୍କୁ ଦଳର ଅଧିନାୟକ ଭାବରେ ଦାୟିତ୍ୱ ଦେଇଛି ପାକିସ୍ତାନ । ସେହିପରି ଉପ-ଅଧିନାୟକ ଭାବରେ ସଲମାନ ଅଲୀଙ୍କୁ ଚୟନ କରିଛି ପାକିସ୍ତାନ ବୋର୍ଡ । ଅନ୍ୟ ପକ୍ଷରେ ସାନ୍ ମାସୁଦ ପାକିସ୍ତାନର ଟେଷ୍ଟ ଅଧିନାୟକ ଦାୟିତ୍ୱରେ ରହିବେ ।
— Pakistan Cricket (@TheRealPCB) October 27, 2024
ସାମ୍ବାଦିକ ସମ୍ମିଳନୀରେ ନାକଭି କହିଛନ୍ତି ଯେ ବୋର୍ଡ ବାବର ଆଜାମଙ୍କୁ ଅଧିନାୟକତ୍ୱ ଛାଡିବାକୁ ବାଧ୍ୟ କରି ନାହିଁ। ଏହା ବାବରଙ୍କର ନିଜସ୍ୱ ନିଷ୍ପତ୍ତି ଥିଲା ଏବଂ ସେ ଅଧିନାୟକତ୍ୱ ଛାଡି ନିଜ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ । ଆମେ ଆପଣଙ୍କୁ କହି ରଖୁଛୁ ଯେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ବାବର ଆଜାମ ଘୋଷଣା କରିଥିଲେ ଯେ ସେ ଦଳର ଅଧିନାୟକତ୍ୱ ଛାଡିଛନ୍ତି । ମହମ୍ମଦ ରିଜୱାନ ପାକିସ୍ତାନ ପାଇଁ ୭୪ ଟି ODI ଏବଂ ୧୦୨ ଟି -୨୦ ମ୍ୟାଚ ଖେଳିଛନ୍ତି। ଏହି ଅବଧିରେ ସେ ୫୪୦୧ ରନ୍ ସ୍କୋର କରିଥିଲେ।
🚨 Announcing Pakistan’s squads for the Australia and Zimbabwe tours 🚨
Read more ➡️ https://t.co/vzc7iFBINJ#AUSvPAK | #ZIMvPAK pic.twitter.com/l66VW259EA
— Pakistan Cricket (@TheRealPCB) October 27, 2024