ଇସଲାମାବାଦ : ପାକିସ୍ତାନରେ ବୁଧବାର ମଧ୍ୟରାତ୍ରିରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଏହି କାରଣରୁ ଗଭୀର ନିଦ୍ରାରେ ଶୋଇଥିବା ଲୋକମାନେ ଉଠି ନିଜ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ରେ ମାପ କରାଯାଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇ କହିଛି ଯେ ବୁଧବାର ସକାଳ ୨: ୫୭ ରେ ପାକିସ୍ତାନରେ ରିଚ୍ଟର ସ୍କେଲରେ ୫.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଛି । ଏଥି ସହିତ ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ । ତେବେ ଭାରତରେ ହୋଇଥିବା ଭୂକମ୍ପର ପରିମାଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।
An earthquake of magnitude 5.5 on the Richter Scale hit Pakistan at 2:57 am today: National Center for Seismology pic.twitter.com/uCgIImxcxf
— ANI (@ANI) March 19, 2024