fbpx

ଭୂମିକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

Advertisement

ଇସଲାମାବାଦ: ଆଜି ସକାଳ ୫:୩୫ ରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୫.୨ ତୀବ୍ରତା ମାପ କରାଯାଇଛି। ଏହି ସୂଚନା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ। ଲୋକମାନେ ଭୂକମ୍ପର କମ୍ପନ ଅନୁଭବ ହେବା ମାତ୍ରେ ସମସ୍ତେ ଘରୁ ଦୌଡ଼ି ପଳାଇଲେ।

ଏହାପୂର୍ବରୁ ଗତ ଶନିବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ପାକିସ୍ତାନରେ ୪.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ଆଉ ୪ ଦିନ ପରେ ଭୂକମ୍ପରେ ପାକିସ୍ତାନ ପୁଣି ଥରେ କମ୍ପିତ ହେଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ଭିତରେ ୧୮ କିଲୋମିଟର ଥିଲା।

Get real time updates directly on you device, subscribe now.