fbpx

ପାକିସ୍ତାନ ଲଞ୍ଚ କଲା ନିଜର କରୋନା ଟିକା ‘PakVac’, କିନ୍ତୁ ଲୁଚାଇଲା ଏହି ତଥ୍ୟ

ଇସଲାମବାଦ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ କରୋନା ଟିକା ଲଗାଯାଉଛି । ଏହାରି ମଧ୍ୟରେ ପାକିସ୍ତାନ ନିଜର କରୋନା ଟିକା ଲଞ୍ଚ କରିଛି, ଯାହାର ନାମ ‘PakVac’ ରଖାଯାଇଛି । ପାକିସ୍ତାନ ଏହି ଟିକା ଲଞ୍ଚ କରିଛି ସତ, କିନ୍ତୁ ଏହା କେତେ ପ୍ରଭାବୀ ତାହା କହିନାହିଁ । କେତେ ଲୋକଙ୍କ ଉପରେ ଟିକା ଟ୍ରାଏଲ ହୋଇଛି ଓ ଟ୍ରାଏଲର ଫଳାଫଳ କ’ଣ ରହିଛି ବୋଲି ପାକିସ୍ତାନ କିଛି ସୂଚନା ଦେଇନାହିଁ ।

ତେବେ ପାକିସ୍ତାନର ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ ସେଣ୍ଟର ପ୍ରମୁଖ ଅସଦ ଅମର ଏହି ଟିକାକୁ ଲଞ୍ଚ କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଖୁବଶୀଘ୍ର କୋଭିଡର ମହତ୍ୱପୂର୍ଣ୍ଣ ଔଷଧ ପ୍ରସ୍ତୁତ କରିବାରେ ସକ୍ଷମ ହେବ । ଏହା ସହ ପାକିସ୍ତନା ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକା କଡା ପରୀକ୍ଷା, ଗୁଣବତ୍ତା ଓ ଅନୁସନ୍ଧାନ ଦେଇ ଗତି କରିଛି । ଅମର କହିଛନ୍ତି ଯେ, ‘ଏହି ମହାମାରୀ ସମୟରେ ଚୀନ ପାକିସ୍ତାନର ବନ୍ଧୁଭାବେ ସାମ୍ନାକୁ ଆସିଛି । ପୂର୍ବରୁ ବନ୍ଧୁ ଥିବା ଚୀନ୍ କରୋନା କାଳରେ ଆମ ସାଥିରେ ରହିଛି ।’

Get real time updates directly on you device, subscribe now.