fbpx

କ’ଣ ସତରେ ପାକିସ୍ତାନର ସ୍ଥିତି ଶ୍ରୀଲଙ୍କା ଭଳି ହେବ?

Advertisement

ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ । ଏହି ଯୁଦ୍ଧ ପାଇଁ ବହୁ ଦେଶରେ କିଛି ନା କିଛି ସମସ୍ୟା ସୃଷ୍ଟି ହେଉଛି । ୟୁକ୍ରେନ- ୟୁରୋପ ମଧ୍ୟରେ ଯୁଦ୍ଧ ହେବା ପରଠାରୁ ଋଷ୍ ଠାରୁ ଗ୍ୟାସ୍ ଆମଦାନୀ କରିବା ବନ୍ଦ କରିଦେଇଛି ୟୁରୋପ । ଯେଉଁ କାରଣରୁ ଏଲଏନଜିର ଗ୍ଲୋବାଲ ଦର ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ପଡୋଶୀ ଦେଶ ପାକିସ୍ତାନକୁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଆର୍ଥିକ ଓ ରାଜନୈତିକ ସଂକଟରେ ବୁଡି ରହିଥିବା ପାକିସ୍ତାନର କିଛି ସହରରେ ଦୀର୍ଘ ୧୨-୧୨ ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଛି । ଯାହା ପରବର୍ତ୍ତୀ ସମୟରେ ଏକ ନୂତନ ସଂକଟ ହେବା ନେଇ ଆଶା ପ୍ରକଟ କରୁଛି ।

ପୁରୁଣା ଭୁଲ ପାଇଁ ହଇରାଣ ହେଉଛି

ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରାୟ ଏକ ଦଶକ ପୂର୍ବେ ଉର୍ଜା(ଶକ୍ତି) କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏକ ପଲିସି ଆରମ୍ଭ କରିଥିଲା । ଯେଉଁ କାରଣରୁ ତାକୁ ବହୁମାତ୍ରାରେ ଟଙ୍କା ନିବେଶ କରିବା ପାଇଁ ପଡିଥିଲା । ଇଟାଲି ଏବଂ କତର କମ୍ପାନୀକୁ ନିଜର ଉର୍ଜା ରପ୍ତାନି କରିବା ପାଇଁ ବଡ ଆକାରର କଂଟ୍ରାକ୍ଟ ମଧ୍ୟ ଆଣିଥିଲା ପାକିସ୍ତାନ । ମାତ୍ର ପାକିସ୍ତାନ ଆଶା ଅନୁସାରେ ଏହି କ୍ଷେତ୍ରରେ ସଫଳତା ହାସଲ କରିପାରିନଥିଲା । ଯେଉଁ କାରଣରୁ ତାକୁ ବହୁ ମାତ୍ରାରେ କ୍ଷତି ସହିବାକୁ ପଡିଥିଲା ।

ବିଦ୍ୟୁତକୁ ନେଇ ପାକିସ୍ତାନର ସ୍ଥିତି

ବିଦ୍ୟୁତକୁ ନେଇ ଦିନକୁ ଦିନ ପାକିସ୍ତାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ତେବେ ଏଭଳି ସ୍ଥିତି ଉପୁଜିଲାଣି ଯେ, ଇଦ୍ ଭଳି ବଡ଼ ପର୍ବରେ ମଧ୍ୟ ବିଦ୍ୟୁତ୍ ପାଇଁ ପାକିସ୍ତାନକୁ ଷ୍ଟକ ମାର୍କେଟରୁ ପ୍ରାୟ ୧୦୦ ମିଲିୟନ୍ ଡଲାର ଦେଇ ମାତ୍ର ଏଲଏନଜି ସିପମେଣ୍ଟ ଆଣିବାକୁ ପଡୁଛି । ବହୁ ଚେଷ୍ଟା କରିବା ପରେ ମଧ୍ୟ ପାକିସ୍ତାନ ଏହି ସମସ୍ୟାର ସମାଧାନର ବାଟ ଖୋଜିବା ପାଇଁ ନାକେଦମ ହୋଇପଡିଲାଣି ।

ଏଥିପାଇଁ ପାକିସ୍ତାନରେ ଶନିବାରଠାରୁ ସରକାରୀ କର୍ମଚାରୀଙ୍କ ଛୁଟି ଘୋଷଣା କରାଯାଇଛି । ସେହିଭଳି ବାହାଘର ଭଳି ବିଭିନ୍ନ ସମାରୋହ ଉପରେ ରୋକ ଲଗାଯାଇଛି । ଏଥିସହ କିଛି ସ୍ଥାନରେ ମୋବାଇଲ ନେଟୱାର୍କ ମଧ୍ୟ କାମ କରୁନି । ଏଭଳି ସ୍ଥିତି ଯଦି ଲାଗି ରହେ, ତେବେ ଶ୍ରୀଲଙ୍କା ଭଳି ପାକିସ୍ତାନର ସ୍ଥିତି ହେବା ନେଇ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.