fbpx

(Video) ଆରବ ସାଗରରେ ଓଲଟିଲା ଭାରତୀୟ ଜାହାଜ: ୯ ଚାଳକଙ୍କ ଜୀବନ ବଞ୍ଚାଇଲା ପାକିସ୍ତାନୀ ନୌସେନା

ନୂଆଦିଲ୍ଲୀ: ଆରବ ସାଗରରେ ଜାହାଜ ଓଲଟି ପଡିବା ପରେ ସେଥିରେ ଥିବା ନଅ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ବୁଡ଼ିଯିବାରୁ ରକ୍ଷା କରିଛି ପାକିସ୍ତାନୀ ନୌସେନା। ଗୁରୁବାର ଆରବ ସାଗରରେ ବୁଡିଯାଉଥିବା ଏକ ଡଙ୍ଗାରୁ ଏହାର ଚାଳକ ଦଳଙ୍କ ସହ ୯ ଭାରତୀୟ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି । ପାକ ନୌସେନା ପକ୍ଷରୁ ଏହି ସୂଚନା ଜାରି କରାଯାଇଥିଲା । ପାକିସ୍ତାନ ନୌସେନାର ଜନ ସମ୍ପର୍କ ମହାନିର୍ଦ୍ଦେଶକ ଏକ ବୟାନରେ କହିଛନ୍ତି, ଏହି ଘଟଣା ୯ ଅଗଷ୍ଟରେ ବେଲୋଚିସ୍ତାନର ଉପକୂଳ ସହର ଗ୍ୱାଦର ନିକଟରେ ଘଟିଥିଲା । ଏକ ଭାରତୀୟ ଡଙ୍ଗା ‘ଜମନା ସାଗର’ରେ ବୁଡି ଯାଇଥିଲା । ଯେଉଁଥିରେ ୧୦ ଜଣ ସଦସ୍ୟ ରହିଥିଲେ ।

ତାଙ୍କ ଅନୁଯାୟୀ, ପାକିସ୍ତାନ ନୌସେନାକୁ ଏସମ୍ପର୍କରେ ଖବର ମିଳିବା ପରେ ବୁଡିଯାଉଥିବା ଡଙ୍ଗା ନିକଟରେ ଥିବା ଏକ ବ୍ୟବସାୟିକ ଜାହାଜ ‘ଏମଟି କୁଇବେକେ’ଥିବା ଜାଣିବା ପରେ ଅନୁରୋଧ କରାଯାଇଥିଲା । ପାକିସ୍ତାନୀ ଜାହଜଟି ବୁଡିଯାଉଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରି କୂଳରେ ଛାଡିବା ପରେ ନିଜ ଗନ୍ତବ୍ୟ ପଥରେ ଚାଲିଯାଇଥିଲା । ପାକିସ୍ତାନ ନୌସେନାଙ୍କର ଏଭଳି କାର୍ଯ୍ୟକୁ ଭାରତରେ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.