fbpx

ସେବା ପାଇଁ ସମ୍ମାନ: ଓଡ଼ିଶାର ୪ ପୋଲିସଙ୍କୁ ମିଳିବ ତଦନ୍ତ ପାଇଁ ପଦକ

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ ଚଳିତବର୍ଷ ଦେଶର ମୋଟ ୧୫୧ ପୋଲିସ ଅଫିସରଙ୍କୁ ପଦକ ମିଳିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ସେମାନଙ୍କ ନାଁ ଘୋଷଣା ହୋଇଛି । ଦେଶର ମୋଟ ୧୫୧ ପୋଲିସ ଅଫିସରଙ୍କୁ ପଦକ ମିଳିବ, ଯେଉଁଥିରେ ୪ ଜଣ ଓଡ଼ିଶାର ଥିବା ଜଣାପଡିଛି । ଜଣେ ଡିଏସପି ଓ ୩ ଜଣ ଇନ୍ସପେକ୍ଟରଙ୍କୁ ପଦକ ମିଳିବ ।

ମିଳିଥିବା ସୂଚନା ଅନୁସାରେ, ଡିଏସପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା ପଦକ ପାଇବେ । ଏହା ସହ ଇନ୍ସପେକ୍ଟର ଅନସୂୟା ନାୟକ ଓ ରମେଶ ପ୍ରଧାନ ମଧ୍ୟ ପଦକ ପାଇବେ । ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ଉତ୍କର୍ଷ ପଦକ ମିଳିବ । ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୧୧, ୟୁପି ଓ ଏମପିରୁ ୧୦ ଲେଖାଏଁ ଅଫିସରଙ୍କୁ ପଦକ ମିଳିବ ।

ଏହି ପୁରସ୍କାର ପାଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ସିବିଆଇର ୧୫ ଜଣ, ମହାରାଷ୍ଟ୍ର ପୋଲିସର ୧୧ ଜଣ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ପୋଲିସର ୧୦ ଜଣ, କେରଳ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ପୋଲିସର ୮ ଜଣ ଅଛନ୍ତି। ଦିଲ୍ଲୀ ପୋଲିସର ୬ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଏହି ପଦକ ପ୍ରଦାନ କରାଯିବ। ଏହା ବ୍ୟତୀତ ଅନୁସନ୍ଧାନକାରୀ ଏଜେନ୍ସି ଏନଆଇଏ ଏବଂ ଏନସିବିର ୫-୫ ଅଧିକାରୀ ଏଥିରେ ଜଡିତ ଅଛନ୍ତି। ବାକି ପୋଲିସ ଅନ୍ୟ ରାଜ୍ୟ ତଥା ୟୁନିଅନ୍ ଅଞ୍ଚଳର ବୋଲି ଜଣାପଡିଛି ।

ବିଶେଷ କଥା ହେଉଛି ଏଥର ଯେଉଁ ପୋଲିସକର୍ମୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକରେ ସମ୍ମାନିତ କରାଯିବ, ସେଥିରେ ୨୮ ଜଣ ମହିଳା ପୋଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଅନୁସନ୍ଧାନରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ପୋଲିସ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ ।

 

Get real time updates directly on you device, subscribe now.