fbpx
BSKY SKY
BSKY SKY

(Video) ‘ତୋତେ ଆମେ କେବେବି ଘରର ବୋହୂ ବୋଲି ସ୍ୱୀକାର କରିବୁନି, ତୁ ଏଠୁ ଜଲଦି ପଳା ଦୀପିକା, ନହେଲେ…’

BSKY

ଗଞ୍ଜାମ: ଦୀପିକା ତୁ କେବେବି ମୋ ଘରର ବୋହୂ ହୋଇପାରିବୁନି । ତତେ ମୁଁ କେବେ ମୋ ବୋହୂର ଦରଜା ଦେବିନି । ମନେ ରଖ ତୁ ଘର ସାମ୍ନାରେ ଏମିତି ବସିଲେ ତୁ କଣ ଭାବିଛି ମୁଁ ତତେ ଗ୍ରହଣ କରିବି, କେବେ ନୁହେଁ । ତୁ ଯାହା ବି କଲେ ମୁଁ ତତେ କେବେବି ମୋ ବୋହୂ ରୂପେ ଗ୍ରହଣ କରିବିନି । ଦୀପିକା ଏଠୁ ପଳା । ମୋ ଘର ସାମ୍ନାରେ ଆଉ ପାଲା କରେନି । ବହୁତ ହୋଇଗଲା ତୋର ଡ୍ରାମା । ମୋ ପୁଅ ତ ତତେ ନିଜର କରିବାକୁ ମନା କରୁଛି, ଏ ଛୁଆ ତାର ନୁହେଁ ବୋଲି କହୁଛି, ତୁ କୋଉ ମୁହଁରେ ମୋ ଘର ସାମ୍ନାରେ ବସିଛୁ । ଶୁଣ, ଭଲରେ ଭଲରେ କହୁଛି ତୋ ଛୁଆକୁ ନେଇ ଏଠୁ ପଳା । ତତେ ଆମେ କେବେ ବି ସ୍ୱୀକାର କରିବୁନି ଦୀପିକା .. ଏମିତି କହି ଦୀପିକାଙ୍କୁ ଠେଲା ପେଲା କରିବା ସହ ତାଙ୍କ ମୁଣ୍ଡ ଉପରେ ସାହାରା ଥିବା ପାଲକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଏଭଳି ଘଟଣାକୁ ନେଇ ଏବେ ଗଞ୍ଜାମ ଜିଲ୍ଲା ଚର୍ଚ୍ଚାର ବିଷୟ ପାଲଟିଛି । ଦିନେ ଗଞ୍ଜାମ ସୁମିତ ଏବଂ ତପସ୍ୱିନୀଙ୍କ କାହାଣୀକୁ ନେଇ ଉଠୁଥିଲା ପଡ଼ୁଥିଲା । ଆଉ ଏବେ ଦିନେଶ ଏବଂ ଦୀପିକାଙ୍କ କାହାଣୀକୁ ନେଇ ସରଗରମ ହୋଇଛି ଗଞ୍ଜାମର ପାଣିପାଗ । ସେପଟେ କିନ୍ତୁ ଦିନେଶଙ୍କ ମାଆ ଦୀପିକାଙ୍କୁ ତାଙ୍କ ଘର ଆଗରୁ ଠେଲି ପେଲି ବାହାର କରିଦେଇଛନ୍ତି । ଛତା ଭାଙ୍ଗିଦେବା ସହ ଦୀପିକାଙ୍କୁ ଯିବାକୁ ବାଧ୍ୟ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସମାଜସେବି ପ୍ରମିଳା ତ୍ରିପାଠୀ । ବର୍ତ୍ତମାନ ଦୀପିକାକୁ ନ୍ୟାୟ ଦେବା ଥାନାକୁ ଯାଇଛନ୍ତି ପ୍ରମିଳା ତ୍ରିପାଠୀ ।

ତେବେ ଭଲପାଇବାର ଶିକାର ହୋଇଛନ୍ତି ଆଉ ଜଣେ ତପସ୍ଵିନୀ । କିଛିଦିନ ପୂର୍ବରୁ ତପସ୍ଵିନୀଙ୍କ କେସକୁ ନେଇ ଗଞ୍ଜାମ ଜିଲ୍ଲା ଉଠୁଥିଲା ପଡୁଥିଲା । ସ୍ତ୍ରୀର ହକ୍ ପାଇଁ ପ୍ରେମିକର ଘର ଆଗରେ ବସିଥିଲେ ତପସ୍ଵିନୀ । ଠିକ୍ ସେହିପରି ପୁଣି ଏକ ଘଟଣା ଦେଖିବାକୁ ମିଳିଛି । କାଖରେ ଛୁଆକୁ କାଖେଇ ସ୍ବାମୀ ଘର ଆଗରେ ଧାରଣା ଦେଇଛନ୍ତି ଜଣେ ମହିଳା । ତାଙ୍କର ଏକା ଜିଦ୍ ମୋତେ ସ୍ତ୍ରୀର ମାନ୍ୟତା ଦରକାର । ରାତି ତମାମ ଘର ଆଗରେ ଧାରଣା ଦେଇଛନ୍ତି ମହିଳା ଜଣକ ।

ଭେସ୍ପା ଶୋରୁମରୁ ଆମର ପ୍ରେମ ଆରମ୍ଭ ହୋଇଥିଲା । ଆଉ ଆମେ ଗୋଟେ ଛୁଆ ହେବା ପରେ ସେ ଆମକୁ ଛାଡି କୁଆଡେ ଚାଲି ଯାଇଛନ୍ତି । ମୋତେ ନ୍ୟାୟ ଦରକାର ଆଉ ନ୍ୟାୟରେ ମୋତେ ମୋ ସ୍ବାମୀ ଆଉ ମୋ ଛୁଆକୁ ତାର ବାପା ଦରକାର । ଯେପର୍ଯ୍ୟନ୍ତ ମୋତେ ନ୍ୟାୟ ନମିଳିଛି ମୁଁ ସେପର୍ଯ୍ୟନ୍ତ ଏମିତି ତାଙ୍କ ଘର ଆଗରେ ବସିଥିବି । ଲଭ୍- ସେ-କ୍ସ ଆଉ ଛୁଆ ହେଲା ପରେ ଧୋକା । ବିବାହର ପ୍ରଲୋଭନ ଦେଖାଇ ଏବେ ଯୁବତୀଙ୍କୁ ରାସ୍ତାରେ ଛାଡ଼ି ଦେଇଛନ୍ତି ରସିକିଆ ପ୍ରେମିକ । ୧୦ ଧରି ଖରା ବର୍ଷାରେ ଦିନେଶଙ୍କ ଘର ଆଗରେ ବସିଛନ୍ତି ଦୀପିକା ।

Get real time updates directly on you device, subscribe now.