fbpx

ଭାରତର ଆଭ୍ୟନ୍ତରୀଣ ମାମଲାରେ କାହିଁକି ମୁଣ୍ଡ ପୂରାଉଛି ପାକିସ୍ତାନ? ୟାସିନକୁ ଆଜୀବନ କାରାଦଣ୍ଡ ହେବା ପରେ କମ୍ପି ଉଠିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଲିବରେଶନ ଫ୍ରଣ୍ଟ ମୁଖ୍ୟ ୟାସିନ ମଲିକକୁ ଆଜୀବନ କାରାଦଣ୍ଡାଦେଶ ହେବା ପରେ ପାକିସ୍ତାନରେ କମ୍ପନ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲାର ବିଚାର କରି ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ) ୟାସିନକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ଲକ୍ଷର ଜରିମାନା ଶୁଣାଣି କରିଥିଲେ । ତେବେ ଏହି ଶୁଣାଣି ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ଉପରେ ବିଷୋଦଗାର କରିଛନ୍ତି ।

ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଜିର ଦିବସ ଭାରତୀୟ ଲୋକତନ୍ତ୍ର ଓ ତା’ର ନ୍ୟାୟ ପ୍ରଣାଳୀ ପାଇଁ ଏକ କଳା ଦିବସ ଅଟେ । ଭାରତ ସରକାର ୟାସିନକୁ ଶାରୀରିକ ରୂପେ ବନ୍ଦୀ କରିପାରିବେ । ମାତ୍ର ସ୍ୱତନ୍ତ୍ରତାର ବିଚାରକୁ କେବେ ବି ଜେଲ୍ କୋଠରୀରେ ରଖିପାରିବେ ନାହିଁ । ୟାସିନ ହେଉଛନ୍ତି ସ୍ୱାଧୀନତାର ପ୍ରତାକ । ଏହି ଆଜୀବନ କାରାଦଣ୍ଡାଦେଶ କଶ୍ମୀରବାସୀଙ୍କୁ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଏକ ନୂଆ ମୋଡ଼ ଦେବ ।

ସେହିପରି ପାକିସ୍ତାନ ସେନାର ପ୍ରବକ୍ତାଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ୟାସିନଙ୍କ ଉପରେ ମନଇଚ୍ଛା ଆରୋପ ଲଗାଯାଇ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଭାରତ ସରକାରଙ୍କ ଦମନକାରୀ ନୀତି ବିରୋଧରେ ୟାସିନ ସଂଗ୍ରାମ କରି ଆସୁଥିଲେ । ଏହା ଜନସାଧାରଣଙ୍କ ଭାବନାକୁ କେବେ ବି କମ୍ କରିପାରିବ ନାହିଁ । ସୂଚନାଯୋଗ୍ୟ ଯେ, ନିଆ କୋର୍ଟ ୟାସିନକୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜରିମାନା ନିଷ୍ପତ୍ତି ଶୁଣାଇଥିଲେ । କଶ୍ମୀରରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ସାମିଲ ଥିବା ନେଇ ୟାସିନ ଶୁଣାଣି ସମୟରେ ସ୍ୱୀକାର କରିଥିଲା ।

Get real time updates directly on you device, subscribe now.