fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଶୁଣନ୍ତୁ କ’ଣ କହିଲେ ନିଶ୍ଚଳାନନ୍ଦ ସରସ୍ୱତୀ

ପୁରୀ: ଐତିହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ପୁଣି ଥରେ ମତ ରକିଛନ୍ତି ନିଶ୍ଚଳାନନ୍ଦ ସରସ୍ୱତୀ । ଏହି ପ୍ରସଙ୍ଗ ଉପରେ ସମର୍ତକ ଏବଂ ବିରୋଧୀମାନଙ୍କ ସହ ଆଲୋଚନା କରିବା ପରେ ଏହି ମନ୍ତବ୍ୟ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ଯାହା ସମସ୍ତଭ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତାଙ୍କ କହିବା ଅନୁସାରେ, ବିକାଶ ନାଁରେ ତୀର୍ଥଭୂମିର ଆଦର୍ଶ ଏବଂ ଅସ୍ଥିତ୍ୱକୁ ବିଲୁପ୍ତ କରାଯାଉଛି ।

ଶଙ୍କରାଚାର୍ଯ୍ୟ ବିକାଶର ପକ୍ଷଧର ବୋଲି ନିଜକୁ କହିଛନ୍ତି । କିନ୍ତୁ ମାର୍ଗକୁ ପ୍ରଶସ୍ତ କରିବା ପାଇଁ ମଠ ମନ୍ଦିର ଭାଙ୍ଗି ଯେଉଁ ବିନାଶ ଚାଲିଛି ତାହାକୁ ସେ ସମର୍ଥନ କରୁ ନାହାନ୍ତି ବୋଲି କହିଛନ୍ତି ଜଗଦଗୁରୁ । ଏହା ସହିତ ସେ ନିଜ ପୁରୁଣା କଥାକୁ ପୁଣି ଥରେ ଦୋହରାଇଛନ୍ତି । ତପଭୂମିକୁ ଭୋଗଭୂମିରେ ପରିଣତ କରାଯାଉଥିବା କଥାକୁ ସେ ଆଉଥରେ କହିଛନ୍ତି । ଯେଉଁ ବିଶ୍ୱାସ ସହିତ ଗୋଟିଏ ଦଳ ଅନେକ ବର୍ଷ ଧରି କ୍ଷମତାରେ ରହିଛି, ସେହି ସରକାର ଆମ ସଂସ୍କୃତି ଏବଂ ପରମ୍ପରାକୁ ବିଲୁପ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଶଙ୍କରାଚାର୍ଯ୍ୟ ମନ୍ତବ୍ୟ ଦେଇଛନ୍ତି ।

ଲୋକତନ୍ତ୍ର ସାଥୀରେ ଅଛି ବୋଲି ଶାସନ ତନ୍ତ୍ର ନ ଭାବୁ ବୋଲି ସେ ମତପ୍ରକାଶ କରିଛନ୍ତି । କାରଣ ଲୋକତନ୍ତ୍ର ବିବିଧ ମଧ୍ୟ ହୋଇପାରେ । ତେବେ ଏହା ବ୍ୟତୀତ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏଥିରେ ହସ୍ତକ୍ଷେପ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.