fbpx

ଜୁନ୍‌ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ର, ଶ୍ରଦ୍ଧାଳୁଙ୍କୁ ତିନିସ୍ତରୀୟ ସୁରକ୍ଷା ପ୍ରଦାନ କରିବ ପ୍ରଶାସନ

ନୂଆଦିଲ୍ଲୀ : ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ । ଅମରନାଥଧାମ ଯାଉଥିବା ଯାତ୍ରୀଙ୍କୁ ଏବେ ତିନିସ୍ତରୀୟ ସୁରକ୍ଷା ପ୍ରଦାନ କରାଯିବ । ଡ୍ରୋନ୍‌ ଏବଂ ସିସିଟିଭି କ୍ୟାମେରା ଜରିଆରେ ଗତିବିଧି ଉପରେ ନଜର ରଖାଯିବ । ଏହାବାଦ୍‌ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରୀ ପାଇଁ ଅନ୍ୟ ସମସ୍ତ ବନ୍ଦୋବସ୍ତ ମଧ୍ୟ କରାଯିବ । ଏ ନେଇ ଚାଲିଛି ମାରାଥନ ବୈଠକ ।

କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି, ବିପଦର ସମସ୍ତ ଦିଗକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡ୍ରୋନ୍‌ ମାମଲା, ଷ୍ଟିକ୍‌ ବମ୍‌ ଏବଂ ଆତଙ୍କୀ ହମଲ୍‌। ପରି କୌଣସି ବି ବିପଦର ମୁକାବିଲା ପାଇଁ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ନକ୍କା ପ୍ରସ୍ତୁତ କରାଯାଇଛି । ଗତ ଏକ ମାସ ଧରି ଅମରନାଥ ଯାତ୍ରା ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଏ ସମ୍ପର୍କରେ ଅନେକ ବୈଠକ ମଧ୍ୟ ହୋଇସାରିଥିବା ଆଇଜି କହିଛନ୍ତି । ବିଜୟ କୁମାର କହିଛନ୍ତି ଯେ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ଡ୍ରୋନ୍‌, ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯାଇଥିବା ସହ ଆରଏଫ୍‌ଆଇଜି ରଖାଯିବ ।

ସୂଚନାଯୋଗ୍ୟ ଯେ, ନିକଟରେ ସୁରକ୍ଷାବଳ ଅମରନାଥ ଯାତ୍ରା ଉପରେ ଆତଙ୍କୀ ହମ୍‌ଲାର ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଥିଲେ । ସୁରକ୍ଷାବଳ ପହଲଗାମରେ ୩ ଆତଙ୍କବାଦୀଙ୍କ ନିପାତ କରିଥିଲେ । ଅମରନାଥ ଯାତ୍ରା ଜୁନ୍‌ ୩୦ରୁ ଆରମ୍ଭ ହେଉଛି ଅଗଷ୍ଟ ୧୧ରେ ସମାପ୍ତ ହେବ । ୪୩ ଦିନ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢ଼ିବ ବୋଲି ଆଶା କରାଯାଇଛି । ଏଥର ରାମବନ ଏବଂ ଚନ୍ଦନୱାଡିରେ ବଡ଼ କ୍ୟାମ୍ପ ଲାଗିବ । ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.