fbpx

ପୁଣି ଆତଙ୍କବାଦୀ ଆକ୍ରମଣରେ ଥରିଲା ପାକିସ୍ତାନ, ୩ ପୋଲିସ ସହିତ ୪ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଥରିବାରେ ଲାଗିଛି । ପୂର୍ବରୁ ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ପାଳିଥିଲା ଏବେ ସେହି ଆତଙ୍କୀମାନେ ପାକିସ୍ତାନର ନିଦ ହଜାଇ ଦେଲେଣି । ଗତ କିଛି ଦିନ ମଧ୍ୟରେ ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ହେବାରେ ଲାଗିଛି ଓ ଏଥିରେ ବହୁ ଲୋକଙ୍କ ଜୀବନହାନୀ ହେବାରେ ଲାଗିଛି । ଏବେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

ପାକିସ୍ତାନର ଉତ୍ତର ପଶ୍ଚିମ କ୍ଷେତ୍ରରେ ବୁଧବାର ଏକ ଟୋଲ୍ ପ୍ଲାଜା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୩ ଜଣ ପୋଲିସ ସହିତ ଅତିକମ୍‌ରେ ୪ ଜଣ ମୃତ୍ୟୁବରଣ କରିଛନ୍ତି । ବୁଧବାର ସକାଳେ ଅଜ୍ଞାତ ଆତଙ୍କବାଦୀ ପାକିସ୍ତାନର କୋହାଟ ଜିଲ୍ଲା ଲାଚି ଟୋଲ୍ ପ୍ଲାଜା ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ପହଞ୍ଚିଛନ୍ତି । ପୁରା ଅଞ୍ଚଳକୁ ପୋଲିସ ସିଲ୍ କରି ଦେଇଛି ଓ ଆକ୍ରମଣରେ ସାମିଲ ଅପରାଧୀଙ୍କୁ ଗିରଫ କରିବା ଲାଗି ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.