fbpx
BJD SKY
BJD SKY

ଜଳମଗ୍ନ ହେଲା ପଡୋଶୀ ଦେଶ:୧୧୦ ଜିଲ୍ଲାରେ ଭୟଙ୍କର ବନ୍ୟା

BJD

ଚଳିତ ବର୍ଷ ପାକିସ୍ତାନ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି । ଯାହାକୁ ସାହାଯ୍ୟ କରିବା ପାଇଁ ମିଳିତ ଜାତିସଂଘର ମହାସଚିବ ଆଗେଇ ଆସିଛନ୍ତି । ସୂଚନା ମୁତାବକ ପାକିସ୍ତାନରେ ପହଞ୍ଚିଥିବା ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଭାରତର ପଡୋଶୀ ଦେଶକୁ ସାହାଯ୍ୟ କରିବାକୁ ବିଶ୍ୱକୁ ନିବେଦନ କରିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ମିଳିତ ଜାତିସଂଘର ମହାସଚିବ ପାକିସ୍ତାନରେ ହୋଇଥିବା ଏହି ଭୟଙ୍କର ବନ୍ୟା ପରିସ୍ଥିତି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଉତ୍ତର ପାର୍ବତ୍ୟରେ ରେକର୍ଡ ହୋଇଥିବା ମୌସୁମୀ ବର୍ଷା ଏବଂ ବରଫ ତରଳିବା ଦ୍ୱାରା ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ପାକିସ୍ତାନର ପାୟ ୧୧୦ ଜିଲ୍ଲା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ତେବେ ଏହି ବନ୍ୟାରେ ପ୍ରାୟ ୧,୩୯୧ ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଦେଶର ବୃହତ୍ ଅଞ୍ଚଳରେ ଜଳ ପ୍ରବେଶ କାରଣରୁ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି । ତେବେ ପାକିସ୍ତାନ ସରକାରଙ୍କ ସବଚନା ଅନୁଯ ବନ୍ୟା କାରଣ ହେତୁ ଦେଶର ପ୍ରାୟ ୩ କୋଟିରୁ ଅଧିକ ଲୋକଙ୍କ ଜୀବନ ବ୍ୟାହତ ହୋଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଗୁଟେରସ୍:

ଆଣ୍ଟୋନିଓ ଗୁଟେରସ୍ ତାଙ୍କର ଦୁଇ ଦିନିଆ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭେଟିବା ସହ ଦେଶରେ ଚାଲିଥିବା ବିପର୍ୟ୍ୟୟ ବିଷୟରେ ଆଲୋଚନା କରିବେ । ଏତିସହିତ ଗୁଟେରସ୍ ଦେଶର ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରିବେ । ତେବେ ମିଳିତ ଜାତିସଂଘ ପାକିସ୍ତାନକୁ ବିପର୍ୟ୍ୟୟର ମୁକାବିଲା ପାଇଁ ୧୬୦ ମିଲିୟନ ଡଲାର ସହାୟତା ପାଇଁ ଏକ ଆବେଦନ ପ୍ରକ୍ରାୟା ଆରମ୍ଭ କରିଛନ୍ତି । ତେବେ ପାକିସ୍ତାନରେ ଏହି ଭୟଙ୍କର ବନ୍ୟା ଯୋଗୁଁ ପ୍ରାୟ ୧୦ ବିଲିୟନ ଡଲାର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ ପାକିସ୍ତାନକୁ ଏହି ବିପତ୍ତିରୁ ରକ୍ଷା କରିବା ପାଇଁ ଅନେକ ଦେଶ ଆଗେଇ ଆସିଥିବାବେଳେ କୋଟି କୋଟି ଟଙ୍କା ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି ।

ବନ୍ୟାରେ ବୁଡ଼ିଛି ୧୧୦ ଜିଲ୍ଲା : ପାକିସ୍ତାନରେ ପ୍ରବଳ ବର୍ଷା ହେତୁ ଦେଶର ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ୧୧୦ ଟି ଜିଲ୍ଲା ଜଳମଗ୍ନ ହୋଇଛି । ଏହି କାରଣରୁ ଅନେକ ଧନ ଜୀବନ ନଷ୍ଟ ହେବା ସହ ପିଲାମାନଙ୍କର ପାଠପଢା ମଧ୍ୟ ପ୍ରଭାବିତ ହୋଇଛି । ତେବେ ସିନ୍ଧର ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୟଦ ସର୍ଦ୍ଦାର ଅଲି ଶାହା ଦେଶରେ ଶିକ୍ଷା କ୍ଷେତ୍ରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରଦେଶରେ ୨୦ ଲକ୍ଷରୁ ଅଧିକ ପିଲା ଡ୍ରପଆଉଟ କରିପାରିବେ।

Get real time updates directly on you device, subscribe now.