fbpx
BJD SKY
BJD SKY

ଦ୍ୱିତୀୟ ପର୍ଯ୍ୟାୟ e-Admission ପ୍ରକ୍ରିୟା ନେଇ ବିଜ୍ଞପ୍ତି ଜାରି: ଭାଗନେଇପାରିବେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ଆଡମିଶନରେ ଭାଗ ନେଇପାରିନଥିଲେ ।

ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୁଯୋଗ ଦେବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଅନ୍ୟ ଏକ ସୁଯୋଗ ପ୍ରଦାନ କରିଛନ୍ତି ।

ସଂପୃକ୍ତ ଛାତ୍ରଛାତ୍ରୀମାନେ ଚଳିତ ସେପ୍ଟେମ୍ବର ୧୦ ରୁ ୨୭ ତାରିଖ ମଧ୍ୟରେ ପନର୍ବାର ଆବେଦନ କରିପାରିବେ । ଇଚ୍ଛୁକ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ www.samsodisha.gov.in ରେ ଲଗଇନ୍ କରି ସଂପୂର୍ଣ୍ଣ ବିବରଣୀ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.