fbpx

ପାକିସ୍ତାନରେ ଲଜ୍ଜା: କବର ଖୋଳି ନାବାଳିକଙ୍କ ଶବ ସହ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ, ପୋଲିସର ଛାନଭିନ୍ ଜାରି

ଇସଲାମାବାଦ: ପାକିସ୍ତାନରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଝିଅମାନେ ଜୀବିତ ଅବସ୍ଥାରେ ତ ସମାଜରେ ସୁରକ୍ଷିତ ରହୁନାହାନ୍ତି, କିନ୍ତୁ ମୃତ୍ୟୁ ପରେ ବି ସେମାନଙ୍କୁ ତ୍ରାହି ମିଳୁନି । କବର ଖୋଳି ଶବ ସହ ଦୁଷ୍କର୍ମ କରିବାକୁ ବି ପଛାଉନାହାନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ପାକିସ୍ତାନର ଗୁଜରାଟର ଚକ କମଲା ଗାଁରେ ଘଟିଛି, ଯେଉଁଠାରେ କିଛି ଅଜଣା ଯୁବକ କବଳ ଖୋଳି ନାବାଳିକାଙ୍କ ଶବ ସହ ଦୁଷ୍କର୍ମ କରିଛନ୍ତି ।

ପାକିସ୍ତାନ ମୁସଲିମ୍ ଲିଗ୍ (ପିଏମଏଲଏନ) ର ଡେପୁଟି ଜେନେରାଲ ସେକ୍ରେଟାରୀ ଅତୁଲ୍ଲା ତରାର ଟ୍ୱିଟରେ ସୂଚନା ଦେଇଛନ୍ତି ଯେ, ୧୭ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି ଓ ବୈଜ୍ଞାନିକ ପଦ୍ଧତିରେ ଏହି ମାମଲାର ଯାଞ୍ଚ କରାଯାଉଛି ।

ରିପୋର୍ଟ ଅନୁସାରେ, ମୃତ ନାବାଳିକାଙ୍କ ସମ୍ପର୍କୀୟମାନେ ସେମାନଙ୍କର ଧାର୍ମିକ ପରମ୍ପରା ଅନୁସାରେ ପରଦିନ ସକାଳେ କବର ସ୍ଥାନକୁ ଯିବାବେଳେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ସମ୍ପର୍କୀୟମାନେ ଶବ ଖୋଲା ପଡ଼ିଥିବାର ଦେଖିଥିଲେ । ଏହା ସହ ଶରୀରରେ ରେପ୍ ହୋଇଥିବାର ଅନେକ ଚିହ୍ନ ଦେଖିଥିଲେ ।

ମୃତ ନାବାଳିକାଙ୍କ ଦାଦା ଘଟଣା ସମ୍ପର୍କରେ ଥାନାରେ ଏକ ଏଫଆଇଆର ରୁଜୁ କରିଥିଲେ । ଏଫଆଇଆର ଆଧାରରେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଲଜ୍ଜାଜନକ ଘଟଣାରେ କେତେଜଣ ପୁରୁଷ ସମ୍ପୃକ୍ତ ଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ମାନସିକ ଓ ଶାରୀରିକ ଭାବେ ଭିନ୍ନକ୍ଷମ ନାବାଳିକଙ୍କର ମୃତ୍ୟୁ ମେ’ ୪ରେ ହୋଇଥିଲା । ସନ୍ଧ୍ୟା ୬ଟାରେ ପାଖାପାଖି ସମ୍ପର୍କୀୟମାନେ ତାଙ୍କୁ ଧାର୍ମିକ ପରମ୍ପରା ଅନୁଯାୟୀ ସମାଧିସ୍ଥଳରେ ପୋତି ଦେଇ ଘରକୁ ଫେରିଥିଲେ । କିନ୍ତୁ ପରଦିନ ସେମାନେ କବର ସ୍ଥାନକୁ କିଛି ରୀତିନରତି କରିବା ପାଇଁ ଯାଇଥିବା ବେଳେ କବର ଖାଲି ପଡ଼ିଥିବା ସହ ମୃତଦେହ ନିଖୋଜ ଥିବା ଦେଖିଥିଲେ ।

ଖୋଜାଖୋଜି ପରେ ମୃତଦେହକୁ ଶ୍ମସାନଠାରୁ ପ୍ରାୟ ୨୦୦ ବର୍ଗଫୁଟ ଦୂରରେ ପଡ଼ିଥିବାର ଦେଖିଥିଲେ । ଏହା ସହ ଶରୀରରେ ରେପ୍ ହୋଇଥିବାର ଚିହ୍ନ ମଧ୍ୟ ଦେଖାଦେଇଥିଲା । ପୋଲିସ ୧୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ପାକିସ୍ତାନରେ ଏପରି ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ବି ଏପରି ଅନେକ ଘଟଣା ଘଟିଛି ।

 

Get real time updates directly on you device, subscribe now.