fbpx
BJD SKY
BJD SKY

MPରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ୱର! ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦାବି

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶୁଭିଲା ଦେଶଦ୍ରୋହର ସ୍ୱର । ପାକିସ୍ତାନ ଜିନ୍ଦାବାଦ ନାରା ଦେବା ମହଙ୍ଗା ପଡ଼ିଲା କେତେକ ଅସାମାଜିକ ବ୍ୟକ୍ତିଙ୍କୁ । ଆଉ ଏହାକୁ ନେଇ ଆହ୍ୱାନ ଆଖଡ଼ାର ମହାମଣ୍ଡଳେଶ୍ୱର ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ସୂଚନା ଅନୁସାରେ ମହରମ ପର୍ବକୁ ନେଇ ଉଜ୍ଜୟିନୀର ଜିବଜିଗଞ୍ଜ୍ ଥାନା ଅନ୍ତର୍ଗତ ଗୀତା କଲୋନୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସଂଖ୍ୟାଲଘୁ ଲୋକେ ଏକତ୍ରିତ ହୋଇଥିଲେ । ହେଲେ ହଠାତ୍ ସେଠାରେ ଶୁଭିଥିଲା ଦେଶ ବିରୋଧୀ ସ୍ୱର । କେତେକ ଅସାମାଜିକ ବ୍ୟକ୍ତି ସେଠାରେ ପାକିସ୍ତାନ ଜିନ୍ଦାବାଦ ବୋଲି ନାରା ଦେଇ ପରିସ୍ଥିତିକୁ ପୂରା ବିଗାଡ଼ି ଦେଇଥିଲେ । ଏନେଇ ପୋଲିସ୍ ସୂଚନା ପାଇବା ପରେ ତୁରନ୍ତ ସେଠାରେ ପହଞ୍ଚିଥିଲା । ହେଲେ ସେତେବେଳକୁ ସବୁ ଖସି ଚାଲି ଯାଇଥିଲେ । ତେବେ ଉକ୍ତ ଘଟଣାର ଭିଡିଓ ଭାଇରାଲ୍ ହୋଇଗଲା ଏବଂ ହିନ୍ଦୁ ସଂଗଠନଗୁଡ଼ିକ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ମାମଲାରେ ଭିଡିଓ ଫୁଟେଜ୍ ତନାଘନା କରିବା ସହ ଅନ୍ୟ ପ୍ରମାଣକୁ ଭିତ୍ତିକରି ୧୦ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ୪ ଜଣଙ୍କୁ ଗିରଫ କରିଛି । ସେପଟେ ଆହ୍ୱାନ ଆଖଡ଼ର ମହାମଣ୍ଡଳେଶ୍ୱର ଏଭଳି ଦେଶଦ୍ରୋହୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ପରିସ୍ଥିତିକୁ ଲକ୍ଷ୍ୟ ରଖି ଉକ୍ତ ଅଞ୍ଚଳରେ ପୋଲିସ୍ ବାହିନୀ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.