fbpx

ମୋମୋ ଖାଉଥିଲେ ସାବଧାନ, ଏହା ଶରୀର ପାଇଁ ସବୁଠୁ ବେଶୀ କ୍ଷତିକାରକ: ରିସର୍ଚ୍ଚରୁ ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜିକାଲି ସମସ୍ତେ ପ୍ରାୟ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାକୁ ପସନ୍ଦ କରୁଛନ୍ତି । ଷ୍ଟ୍ରିଟ୍‌ ଫୁଡ୍‌ରେ ଲୋକମାନେ ବେଶୀ ଗୁୁପୁଚୁପୁ, ମୋମୋ ଆଦି ଖାଇବାକୁ ବେଶୀ ପସନ୍ତ କରିଥାନ୍ତି । ଗୁୁପୁଚୁପୁ ବା ମୋମୋ ନାଁ ଶୁଣିଲେ କାହାର କାହାର ପାଟିରେ ନିଶ୍ଚୟ ପାଣି ଆସିଯାଉଥିବ । ହେଲେ ଆପଣ ଜାଣନ୍ତି କି ମୋମୋ, ଗୁୁପୁଚୁପୁ ଆଦି ଭଳି ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ହୋଇଥାଏ ।

ଏକ ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ଗୁୁପୁଚୁପୁ ଓ ମୋମୋ ଆଦି ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ଦ୍ୱାରା ଆପଣ ଭୀଷଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି । କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟେରିଂ ଆଣ୍ଡ୍‌ ନ୍ୟୁଟ୍ରିସନର ଏକ ରିସର୍ଚ୍ଚରେ ମୋମୋକୁ ନେଇ ଏଭଳି ଖବର ଆସିଛି । ରିସର୍ଚ୍ଚରୁ ଜଣାପଡିଛି ଯେ, ଷ୍ଟ୍ରିଟ୍‌ ଫୁଡ୍‌ରେ ମୋମୋ ସବୁଠୁ ବେଶୀ କ୍ଷତିକାରକ ।

Get real time updates directly on you device, subscribe now.